April 24, 2026

ସୋରରେ ବଧୂ ହତ୍ୟା ଅଭିଯୋଗ,ଥାନାରେ ସ୍ୱାମୀ ଅଟକ, ପୋଲିସ ହସ୍ତକ୍ଷେପ ପରେ ପ୍ରଶମିତ ହେଲା ଉତ୍ତେଜନା ..

IMG-20250625-WA0004
Share

 

ସୋର( ଦେବାଶିଷ ଦାଶ )

ବଧୂ ହତ୍ୟା ଅଭିଯୋଗ ଆଣି ସୋର ହସ୍ପିଟାଲରେ ସୃଷ୍ଟି ହେଲା ଉତ୍ତେଜନା ମୂଳକ ପରିସ୍ଥିତି। ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ କୋଚିଆକୋ଼ଇଲି ପଞ୍ଚାୟତ କାନ୍ଥିଗଡିଆ ଗ୍ରାମର କୃପାସିନ୍ଧୁ ମଳିକ ଓ ନିର୍ମଳା ମଳିକଙ୍କ ପୁଅ ରାଜେନ୍ଦ୍ର ମଳିକ ବୟସ ୩୫ଙ୍କୁ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କ୍ଷୀରକୋଣା ପଞ୍ଚାୟତ କ୍ଷୀରକୋଣା ଗ୍ରାମର ପ୍ରହଲ୍ଲାଦ ଦାସ ଓ ସରସ୍ବତୀ ଦାସଙ୍କ ଝିଅ ରୁନାରାଣୀ ଦାସ ବୟସ ୨୮ଙ୍କୁ ଉଭୟ ନୋଟାରୀ ଓ ବୈଦିକ ରୀତିରେ ୨୦୧୬ ମସିହାରେ ବିବାହ ହୋଇଥିଲା। ଝିଅ ଘର ଅଭିଯୋଗ ଅନୁସାରେ ବାହାଘର ପରେ ପରେ ସ୍ୱାମୀ ରାଜେନ୍ଦ୍ର ଅନେକ ସମୟରେ ସ୍ତ୍ରୀ ରୁନାରାଣୀକୁ ମାନସିକ ନିର୍ଯାତନା ଦେଇଆସୁଥିବା ବେଳେ ଆଜି ସକାଳୁ ଝିଅକୁ ମାରିଦେଇ ଫ୍ୟାନରେ ଟାଙ୍ଗୀ ଦେଇଛନ୍ତି ବୋଲି ଝିଅ ଘର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ଝିଅ ଘରକୁ ବାପ ଘର ଲୋକେ ରଜ ଭାର ନେଇଯାଇଥିଲେ। ମାତ୍ର ଆଜି ସକାଳ ୦୭. ୩୦ ସମୟରେ ସୋର ହସ୍ପିଟାଲରୁ ସ୍ୱାମୀ ରାଜେନ୍ଦ୍ର ଶଶୁର ଘର ଲୋକଙ୍କୁ ଫୋନ ମାଧ୍ୟମରେ ‘ତୁମ ଝିଅ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି’ ବୋଲି ଖବର ଦେଇଥିଲେ। ଖବର ପାଇ ଝିଅ ଘର ଲୋକ ହସ୍ପିଟାଲରେ ପହଁଚିଲା ପରେ ଝିଅ ମୃତ୍ୟୁ ହୋଇଥିବାର ଦେଖିବାକୁ ପାଇଥିଲେ। ଝିଅ ରୁନାରାଣୀର ମୃତ୍ୟୁ ଖବର ପାଇ ଧୀରେ ଧୀରେ ହସ୍ପିଟାଲରେ ଝିଅ ଘର ଲୋକଙ୍କ ଭିଡ଼ ସହ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ ସୋର ପୋଲିସ ହସ୍ପିଟାଲରେ ପହଂଚି ଶାଶୁ ଶଶୁରଙ୍କୁ ଅଟକ ରଖିଥିବା ବେଳେ ପୋଲିସ ଉପସ୍ଥିତିରେ ଝିଅ ଘର ଲୋକେ ଶାଶୁ ଶଶୁରଙ୍କୁ ମାଡ଼ ମାରିଥିଲେ ମାତ୍ର ପୋଲିସ ତୁରନ୍ତ କଡ଼ନ କରି ଘଉଡ଼ାଇବାକୁ ଚେଷ୍ଟା କରିଥିବା ସତ୍ବେ ପୋଲିସ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା, ପରେ ପରିସ୍ଥିତି ଶାନ୍ତ ପଡିଥିଲା।ପୋଲିସ ୪୫୧/୨୦୨୫ ମୂଳେ ଏକ ବଧୂହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ରୁନାରାଣୀଙ୍କ ସ୍ୱାମୀ ରାଜେନ୍ଦ୍ରକୁ ଥାନାରେ ଅଟକ ରଖାଯାଇଛି ଏବଂ ତାଙ୍କର ଜଣେ ୭ ବର୍ଷର ପୁଅ ମଧ୍ୟ ଥିବା

ଜଣାପଡ଼ିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣା ପଡିଛି।

You may have missed