March 8, 2026

୨୫ଜୁନକୁ କଳା ଦିବସ ପାଳିଲା ବିଜେପି

IMG-20230625-WA0035
Share

 

 

ନବରଙ୍ଗପୁର, ୨୫ ଜୁନ୍ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜରୁରୀ କାଳୀନ ପରିସ୍ଥିତିକୁ ଭାରତୀୟ ଇତିହାସର କଳା ଅଧ୍ୟାୟ ଓ କଳା ଦିବସ ପାଳିତ କରିଛି ନବରଙ୍ଗପୁର ବିଜେପି। ଆଜି ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ପକ୍ଷରୁ ପାର୍ଟି କାର୍ଯ୍ୟଳୟ ଠାରେ ଦେଶରେ ଗଣତନ୍ତ୍ର ହତ୍ୟା କରିବା ପରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ କାଳୀନ ଘୋଷଣା କରିଥିବାକୁ ନଗର ମଣ୍ଡଳ ସଭାପତି ଶ୍ରୀ ଶ୍ରୀଧର ପାତ୍ରଙ୍କ ନେତୃତ୍ୱରେ କଳା ଦିବସ ପାଳିତ ହୋଇଯାଇଛି। ଏଥିରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ବକ୍ତା ଭାବେ ଯୋଗ ଦେଇ ପ୍ରାୟ ଏକୋଶି ମାସ ଧରି ଜରୁରୀ କାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ହତ୍ୟା କରିବା ସହ ଲକ୍ଷ ଲକ୍ଷ ଜନନେତା, ସମାଜସେବୀ, ସାମ୍ୱାଦିକଙ୍କୁ କାରାବାସ କରି ଏକ ଛତ୍ରବାଦ୍ ଶାସନ କରିଥିଲେ ଇନ୍ଦିରା ଗାନ୍ଧୀ। ୨୫ଜୁନ୍ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀ କାଳୀନ ସମୟକୁ ଦେଶ ତମାମ ବିଜେପି କଳା ଦିବସ ପାଳନ କରିଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଦେବଦାସ ମହାକୁଡ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ମହିଳା ନେତ୍ରୀ ଶର୍ମିଷ୍ଠା ଦେଓ, ରାଜେନ୍ଦ୍ର ବିଶୋଇ, ଏ ସତୀଶ , ସୁବ୍ରତ ମିଶ୍ର, ସରୋଜ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।