June 29, 2024

ଲଗାତାର ତୃତୀୟ ଥର ପାଇଁ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା ପାଇଁ ଆର୍ଯ୍ୟକନ୍ୟା ଗୁରୁକୂଳ ଛାତ୍ରୀ ମନୋନୀତ

Share

 

ବେଲଗୁଣ୍ଠା,25/05, ଲଗାତାର ଭାବେ ତୃତୀୟ ଥର ପାଇଁ ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳର ଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି I ସୂଚନା ପ୍ରକାରେ ଆଜି ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ଯୋଗ ଅଲମ୍ପିଆଡ୍ ଚାମ୍ପିଅନସିପ୍-2024 ରେ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳର ଅଷ୍ଟମ ଶ୍ରେଣୀ ଛାତ୍ରୀ ରେଶ୍ମା ବିଷୋୟୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା-2024 ପାଇଁ କୃତିତ୍ୱ ହାସଲ କରିଛନ୍ତି I ପ୍ରକାଶ ଥାଉକି ଗତ ଦୁଇ ବର୍ଷରେ ମଧ୍ୟ ଏହି ଅନୁଷ୍ଠାନର ଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା ପାଇଁ କୃତିତ୍ୱ ହାସଲ କରିଥିଲେ I ଆଜି ରେଶ୍ମାଙ୍କ ସଫଳତା ପାଇଁ ତାଙ୍କୁ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, କ୍ରୀଡ଼ା ଶିକ୍ଷୟିତ୍ରୀ ଗୀତାଞ୍ଜଳି ମିଶ୍ର, ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ବ୍ଳକ୍ ର ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି I(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)