June 26, 2024

ଉମରକୋଟ ରୁ ସାଇକେଲ ରେ କେଦାରନାଥ ଯାତ୍ରା………

Share


ଉମରକୋଟ:-ବଜରଙ୍ଗବାଲି ଚାରିଜଣ ଭକ୍ତ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରୁ କେଦାରନାଥ ସାଇକଲ ଯାତ୍ରl କେତେଗୁଡ଼ାଏ ଉତ୍ତମ ଉଦେଶ୍ୟନେଇ ବାହାରିଛନ୍ତି ପ୍ରଥମେ ଶ୍ରୀକେଦାରନାଥ ବାବା ଙ୍କର ଦର୍ଶନ ସହ ସ୍ୱଚ୍ଛ ଭାରତ ଅଭିଯାନ, ପ୍ରକୃତି ସମ୍ପଦ ସଂରକ୍ଷଣ, ବିଶ୍ୱବାସୀ ଙ୍କର ମଙ୍ଗଳ କାମନା କରି ଯାତ୍ରା ଶୁଭାରମ୍ଭ କରଛନ୍ତି ଉମରକୋଟ ମା’ପେଣ୍ଡ୍ରାଣୀ ମନ୍ଦିର ଠାରୁ ଝଡ଼େଶ୍ୱର ମନ୍ଦିର ଦେଇ ଭାୟା ରାଇପୁର ପରେ ପ୍ରାୟ ୩/୪ରୁ ଟି ରାଜ୍ୟ ସୀମା ପାର କରି କେଦାରନାଥ ଗମନ କରିବେ ୧୬୦୦କିଲୋମିଟର ଦୂରତା ହେବ .ସାଇକଲ ଯାତ୍ରୀ କରିଛନ୍ତି ବଜରଙ୍ଗବାଲି ଭକ୍ତ ମାନେ ହେଲେ ହରିବଲ ହରିଜନ,କେନାଲ ସାହି ବାସିନ୍ଦାର ଗୋବିନ୍ଦ ନାୟକ, ଡଙ୍ଗରି ସାହି , ଛବି ହରିଜନ, କେନାଲ ସାହି, ଏବଂ ଖଗପତି ମାହାରା ଟିକିରା ସାହି ଏହି ଚାରି ଜଣ ଉମରକୋଟ ସହର ବାସିନ୍ଦା ସେହି ମାନଙ୍କୁ ଯିବା ଉପଯୋଗୀ ସମସ୍ତ ସମାନ ଫାଷ୍ଟ ଆଇଡି କୀଟ ଜରୁରୀ ମେଡ଼ିସିନ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗଦଳ କାର୍ଯ୍ୟକତା ଯୋଗାଇଦେବା ସହ ସାଇକଲ ରିପାଇର କୀଟ, ବସ୍ତ୍ର ଓ ଅନ୍ୟାୟନ ସରଞ୍ଜାମ ସହ ମେଡିକାଲ ସାର୍ଟିଫିକେଟ ବ୍ୟବସ୍ତା କରି , ପୁଲିସ ଙ୍କ ଠାରେ , ଜିଲ୍ଲାପାଳ ଙ୍କର ଠାରେ ସୂଚନା ପତ୍ର (ଇନ୍ଫୋର୍ମଏସନ ଲେଟର )ଦେଇ ଉମରକୋଟ ବାସି ସମସ୍ତ ହିନ୍ଦୁ ସଂଘଠନ ବଜରଙ୍ଗଦଳ, ବିଶ୍ୱହିନ୍ଦୁପରିଷଦ ଆୟେପା ମନ୍ଦିର ସମିତି,ଆଦିଶକ୍ତି କାଳୀ ମାଁ ମନ୍ଦିର ସମିତି ସମସ୍ତ ସଦସ୍ୟ ଙ୍କର ଉପସ୍ଥିତ ରେ ପୂଜା ପାଠକରି ଶୁଭାଯାତ୍ରା ପାଇଁ ଶୁଭେଚ୍ଛା ଶୁଭକାମନା ସମ୍ବର୍ଦ୍ଧନାଦେଇ ଶ୍ରୀ କେଦାରନାଥ ଯାତ୍ରା ଆରମ୍ଭ କରାଯାଇଥିଲା ।(ଏମ୍.ଦିନା°ଶୁ ଆଚାରୀ)