June 17, 2024
Share

➡️୧-ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆଜି ହେବ ଭୋଟ୍ ଗ୍ରହଣ । ଷଷ୍ଠ ପର୍ଯ୍ୟାୟରେ ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୮ଟି ଆସନରେ ଭୋଟ୍ ଗ୍ରହଣ ହେଉଥିବାବେଳେ ଏଥିରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

➡️୨-ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୬୪ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା l ହେବ ହାଇ ପ୍ରୋଫାଇଲ ଲଢ଼େଇ: ମଇଦାନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ, ସାଂସଦ, ମନ୍ତ୍ରୀ ଓ ବିଧାୟକ l ସକାଳ ୭ରୁ ପଡିବ ଭୋଟ୍ ।

➡️୩-ଆସନ୍ତାକାଲି ସକାଳ ୧୦ଟା ୩୦ରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ। ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିପାରିବେ ଛାତ୍ରଛାତ୍ରୀ।

➡️୪-ସାଗର ଦ୍ୱୀପ-ଖେପୁପରା ମୁହାଁ ‘ରେମାଲ’ l ଆସନ୍ତାକାଲି ମଧ୍ୟରାତିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ! ପ୍ରଭାବରେ ଆଜିଠାରୁ ବଢିବ ପବନର ବେଗ । ୮୦ କି.ମି ବେଗରେ ଦେଇପାରେ ଝଟକା । ଉତ୍ତର ଓଡିଶାକୁ ବର୍ଷା-ପବନ ଆଶଙ୍କ ।

➡️୫-ବାଲେଶ୍ବର, ମୟୂରଭଞ୍ଜ, ଯାଜପୁରରେ କଲେ ନବୀନ ପଟ୍ଟନାୟକ ପ୍ରଚାର,ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତେଇବାକୁ କଲେ ଅନୁରୋଧ l

➡️୬-ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଏଥିପାଇଁ ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଲେଖିଲେ ଚିଠି l

➡️୭-ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ ପ୍ରଥମେ ପାରାଦୀପର କୁଜଙ୍ଗ ଠାରେ ଜନସଭାରେ ଯୋଗ ଦେବେ । ପରେ ଆଳି ଓ ରେମୁଣାରେ ପ୍ରଚାର କରିବେ ।

➡️୮-ଆସନ୍ତା ୨୮ରେ ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ଚାନ୍ଦବାଲି, କୋରେଇ, ଜଗତସିଂହପୁର, ନିମାପଡ଼ାରେ ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର l

➡️୯-୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇ ଛାତ୍ର ଚିଦାନନ୍ଦ ନାୟକ ଓ ତାଙ୍କ ଦଳକୁ ମିଳିଲା ସଫଳତା l ତାଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ‘ସନ୍ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ରକୁ ମିଳିଲା ସମ୍ମାନଜନକ ‘ଲା ସିନେଫ୍’ ପୁରସ୍କାର।

➡️୧୦-ଲିଜିଂ ବିଜ୍‌ନେସ୍‌ ବା ଭଡ଼ାରେ ଜିନିଷ ଦେବାର ବ୍ୟବସାୟ ଆରମ୍ଭ କରିବ ଜିଓ ଫାଇନାନ୍ସିଆଲ୍‌ ସର୍ଭିସେଜ୍‌। ଏଥିପାଇଁ ଜିଓ ଫାଇନାନ୍ସିଆଲ ସର୍ଭିସେସ୍‌ ରିଲାଏନ୍ସ ରିଟେଲ୍ ପାଖରୁ ୩୬ ହଜାର କୋଟି ଟଙ୍କାର ଡିଭାଇସ୍ କିଣିବାକୁ ଶେୟାରହୋଲ୍ଡରଙ୍କ ଠାରୁ ମାଗିଲା ଅନୁମତି l

➡️୧୧-ନବୀନଙ୍କୁ ବନ୍ଧନମୁକ୍ତ କରିବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପି ଲେଖିଲେ ଚିଠି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭି.କେ. ପାଣ୍ଡିଆନ ବନ୍ଧନ କରି ରଖିଥିବା ନେଇ ଚିଠି ଲେଖିଲେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି l

➡️୧୨-ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟକରଙ୍କୁ ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କଲେ ଦିଲ୍ଲୀ କୋର୍ଟ। ଏହି ମାମଲା ଦିଲ୍ଲୀର ବର୍ତ୍ତମାନର ଉପରାଜ୍ୟପାଳ ଏଲଜି ଭିକେ ସକ୍ସେନାଙ୍କ ସହ ଜଡ଼ିତ।

➡️୧୩-ଭାରତୀୟ ସେନାରୁ ଅବସର ନେଲା କୁକୁର; ସମ୍ମାନର ସହ ଏସି କୋଚ୍‌ରେ ଘରକୁ ଗଲା, ଭାଇରାଲ୍ ଭିଡିଓ ଦେଖି ୟୁଜର୍ସ କଲେ ସାଲ୍ୟୁଟ୍ l ୯ ବର୍ଷର ମେରୁ ଏକ ବିଶ୍ୱସ୍ତ କୁକୁର ଭାବରେ ଏକ ଉତ୍ସର୍ଗୀକୃତ କ୍ୟାରିୟର ପରେ ନେଲା ଅବସର l

➡️୧୪-Paytmରୁ ହୋଇପାରେ ଛଟେଇ, ୫ହଜାରରୁ ୬,୩୦୦ କର୍ମଚାରୀ ହରାଇ ପାରନ୍ତି ଚାକିରୀ l

➡️୧୫-ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ପାଇଁ ଖୁସି ଖବର। ପ୍ରଥମ ଥର ସେନ୍‌ସେକ୍ସରେ ସାମିଲ୍ ହେବ ଆଦାନୀ ପୋର୍ଟ, ହଟିବ ୱିପ୍ରୋ l

➡️୧୬-ଆତ୍ମଘାତୀ ବିସ୍ଫୋରଣରେ ୫ ଚୀନ ନାଗରିକଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୨୧.୪ କୋଟି ଦେବ ପାକିସ୍ତାନ l ମୃତ ଚୀନ ନାଗରିକମାନେ କୋହିସ୍ତାନ ଜିଲାରେ ନିର୍ମାଣାଧୀନ ଦାସୁ ଜଳବିଦ୍ୟୁତ୍‌ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ।

➡️୧୭-ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷ ବିଦେଶ ମନ୍ତ୍ରଣାଳୟ ବ୍ରିଟେନକୁ ଦେଲା କଡ଼ା ଚେତାବନୀ l ଯଦି ମସ୍କୋ ଉପରେ ବ୍ରିଟେନ ମିସାଇଲରେ ଆକ୍ରମଣ କରାଯାଏ ତେବେ ସେ ଚୁପ୍ ବସିବ ନାହିଁ ଏବଂ ୟୁକେ ଉପରେ ପାଲଟା ଆକ୍ରମଣ କରିବ l

➡️୧୮-ଆଇପିଏଲ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ମାତ୍ ଦେଲା ହାଇଦ୍ରାବାଦ l ଆସନ୍ତା କାଲି କୋଲକାତା ନାଇଟ୍ ରାଇଡର୍ସ ସହ ହାଇଦ୍ରାବାଦର ହେବ ଫାଇନାଲ ଫାଇଟ୍।

➡️୧୯-ଟି-ଟ୍ୱେଟିଂ ବିଶ୍ୱକପ ପାଇଁ କମେଂଟ୍ରି ପ୍ୟାନେଲ ହେଲା ଘୋଷଣା । ୪୦ଜଣିଆ ଟିମରେ ସାମିଲହେଲେ ଦିନେଶ କାର୍ତିକ l ଜୁନ ୧ରୁ ଆରମ୍ଭ ହେବ ଏହି ଟି-୨୦ ବିଶ୍ୱକପ ମହାସମର ।

➡️୨୦-ଭାରତର ଦୁଇ ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ କୁଆଲାଲୁମ୍ପୁରରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ୍‌ ସ୍ଥାନ କଲେ ନିଶ୍ଚିତ l

You may have missed