June 17, 2024

ପ୍ଲାଣ୍ଟରେ ଏସିଡ୍ ପାଇପଲାଇନ୍ ଭଲ ଲିକ ହେଇ 5 ଆହତ, ଇଞ୍ଜିନିଅରଙ୍କ ସମେତ ୨ ବ୍ରହ୍ମପୁର ମେଡିକାଲ….

Share

 

ଗଞ୍ଜାମ ସହରରେ ଥିବା ଗ୍ରାସୀମ କେମିକାଲ ରେ ସଲଫୁରିକ ଏସିଡ ପ୍ଲାଣ୍ଟର ଆଜି ପାଇପଲାଇନ କାମବେଳେ ପାଇପ ଭଲରୁ ଏସିଡ ସ୍ପେର ହେଇ ୫ଜନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତ୍ୱ ଥିବାରୁ । ସେମାନଙ୍କୁ ବ୍ରହ୍ମପୁର ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ହେଲେ ରାହୁଲ ଯାଦବ, ଇଞ୍ଜିନିଅର ଶଶିକାନ୍ତ ମହାରଣା ଏବଂ ସୁପରଭାଇଜର କେଶବ ସାହୁ । ସେହିପରି ଆହତମାନେ ହେଲେ ଜି ଆସିନିକା, ଲକ୍ଷ୍ମୀଧର ନାୟକ । ଏମାନେ କମ୍ପାନୀର ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି।

ମିଳିଥିବା ସୂଚନା ମୁତାବକ,ପାଞ୍ଚ ଜଣ ମଧ୍ୟରୁ 3 ଜଣ ଆହତ ମାନଙ୍କ ଅବସ୍ଥା ଭଲ ନଥିବାରୁ ବ୍ରହ୍ମପୁର ମେଡିକାଲ କୁ ପଠା ଯାଇଥିଲ ଦୁଇ ଜଣ ଅବସ୍ଥା ସୁଧାରିବାରୁ ସେମାନଙ୍କୁ ଘରକୁ ପଠା ଯାଇଥିଲା l ଅନ୍ୟ ଜଣକ ମୁହଁରେ ଶରୀରରେ ଏସିଡ ପଡିଯିବା ଫଳରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଥିବା ରୁ ମେଡିକାଲ ରେ ଚିକିତ୍ସାଧିନ ହେଉଥିବା ଜଣାଅପଡ଼ିଛି ।( ପ୍ରଦୀପ କୁମାର ପଣ୍ଡା)

You may have missed