May 10, 2026

TPCODL ଇଲେକ୍ଟ୍ରୀ ଡିଭିଜନ ଖୋର୍ଦ୍ଧା ତରଫରୁ ରକ୍ତ ଭଣ୍ଡାରକୁ ୨୩୮ ୟୁନିଟ ରକ୍ତ ଦାନ କରାଯାଇଛି

IMG-20250425-WA0075
Share

 ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର) ଶୁକ୍ରବାର ଦିନ ସକାଳ ୮ଘ ୩୦ମି.ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ଘ. ୩୦ମି. ପର୍ଯ୍ୟନ୍ତ ଖୋର୍ଦ୍ଧା ଇଲେକ୍ଟ୍ରି ଅଫିସରେ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର TPCODL ଖୋର୍ଦ୍ଧା ର ସୁପରିଟେଣ୍ଟ ଇଂଜ୍ଜୀନୀୟର ଶ୍ରୀଯୁକ୍ତ ପବିତ୍ର କୁମାର ଜେନା, ସିଏସର ଟିମ୍ ହେଡ୍ ଶ୍ରୀଯୁକ୍ତ ପ୍ରଦୀପ ଘୋଷାଲ, ସର୍କଲ ହେଡ୍ ସର୍କଲ ୨ ର ପ୍ରଦୀପ୍ତ କୁମାର ଦାସ ,ହେଡ୍ କ୍ଲରକ ଚଣ୍ଡୀ ପ୍ରସାଦ ହୋତାଙ୍କ ସହିତ ତାଙ୍କ ଟିମ୍ ମେମ୍ବରମାନେ, ଆଡମିନି ର ମନୋଜ କୁମାର ନନ୍ଦଙ୍କ ସହିତ ତାଙ୍କ ଟିମ୍ ମେମ୍ବର ମାନେ ଏବଂ କର୍ମଚାରୀ ମୋହନ୍ ଚରଣ ମେହେର ସମସ୍ତଙ୍କ ନିର୍ଦ୍ଦେଶନାରେ ପରିଚାଳିତ ହୋଇ ଖୋର୍ଦ୍ଧା ଜିଲ୍ଲା ରକ୍ତ ଭଣ୍ଡାରକୁ ୨୩୮ ୟୁନିଟ୍ ରକ୍ତ ଦାନ କରାଯାଇଛି। ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କର ଡାକ୍ତରଙ୍କ ସହିତ ୧୨ ଜଣ କର୍ମଚାରୀମାନେ ମିଶି ୨୩୮ ୟୁନିଟ ରକ୍ତ ସଂଗ୍ରହ କରିବା ସହ ଖୋର୍ଦ୍ଧା ଅଞ୍ଚଳରେ ବହୁ ପ୍ରଶଂସାର ପାତ୍ର ହୋଇଛନ୍ତି।