May 10, 2026

କାଶ୍ମୀର ଆତଙ୍କବାଦୀ ଆକ୍ରମଣ ରେ ମୃତ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ନିମନ୍ତେ ମହମବତୀ ଶୋଭାଯାତ୍ରା

IMG-20250425-WA0033
Share

 

ଗତକାଲି ସନ୍ଧ୍ୟାରେ ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ସଙ୍ଘ ତରଫରୁ ଏକ ମହମବତୀ ଶୋଭାଯାତ୍ରା ଷ୍ଟେସନ ପାର୍କିଂ ରୁ ବାହାରି ଘୋଡାଵଜାର ଛକ ତାରିଣୀ ମନ୍ଦିର ଛକ ଓ ଭିଆଇପି ରୋଡ ଦେଇ ଜିଲା ସ୍କୁଲ ଛକ ହୋଇ ପୁନଶ୍ଚ ପୁରୀ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା ପହଞ୍ଚିଥିଲା।ଏହି ଶୋଭାଯାତ୍ରାରେ ଉପଦେଷ୍ଟା ସୋମନାଥ ସାହୁ ,ସଭାପତି କବି ଚନ୍ଦ୍ର ପାଇକରାୟ, ସମ୍ପାଦକ ପ୍ରଦୀପ କୁମାର ସାହୁ,ଉପସଭାପତି ଅକ୍ଷୟ ସ୍ୱାଇଁ ,ସହ ସମ୍ପାଦକ ରତ୍ନାକର ପ୍ରଧାନ,କୋଷାଧ୍ୟକ୍ଷ ଆର ଅନନ୍ତ ରେଡି ଙ୍କ ସହ କାର୍ଯ୍ୟକରି କମିଟି ବରିଷ୍ଠ କମିଟି ପୂଜା କମିଟି ସହ ଶତାଧିକ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ ।ଏହି ମହମବତୀ ଶୋଭା ଯାତ୍ରା କୁ ସମ୍ପାଦକ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ।

ସଙ୍ଘ ତରଫରୁ ସ୍ଲୋଗାନ ଥିଲା ପର୍ଯ୍ୟଟକ ମାନଙ୍କୁ ଜାମୁ କାଶ୍ମୀର ର ପେହେଲ ଗାମ ରେ ହୋଇଥିବା ଆତଙ୍କି ହମାଲର ତୀବ୍ର ନିନ୍ଦା କରିବା ସହ ପୁରୀ ଶ୍ରୀକ୍ଷେତ୍ର ପର୍ଯ୍ୟଟନ ସ୍ଥଳକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଏବଂ ଭାରତ ସରକାର ଙ୍କ ପାଖରେ ଦାବି କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ