April 26, 2026

ହନୁମାନ ଜୟନ୍ତୀ ରେ ସମ୍ବଲପୁର ରେ ହୋଇଥିବା ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର ପ୍ରଦାନ

IMG-20230425-WA0041
Share

 

 

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ହିନ୍ଦୁ ସମାଜ ପକ୍ଷରୁ ଚଳିତ ମାସ ୧୨ ତାରିଖରେ ହନୁମାନ ଜୟନ୍ତୀ ରେ ଜୀହିଦି ମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣ କୁ ବିରୋଧ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ତାଙ୍କ ବଦଳ ରେ ସେକ୍ସନ ଅଫିସର ସୁରେନ୍ଦ୍ର ମହାପାତ୍ର ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା ଚାଲିଥିବା ବେଳେ ଯେଉଁଭଳି ଅମାନୁଷିକ ଭାବେ ଭକ୍ତ ମାନଙ୍କ ଉପରେ ହୋଇଥିବା ସୁନିୟୋଜିତ ଆକ୍ରମଣ ପ୍ରଶାସନିକ ଅବ୍ୟବସ୍ଥା ,ଅପାରଗତା ,ନିଷ୍ପଳତା ଦେଖା ଦେଇଥିଲା, ଘଟଣା ସମୟରେ ଅତି କମ ସଂଖ୍ୟକ ଉପସ୍ଥିତ ଥିବା ପୋଲିସ ସ୍ଥାଣୁ ପାଲଟି ଯାଇଥିଲେ । ପୂର୍ବରୁ ସୂଚନା ଥାଇ ମଧ୍ୟ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନକାର୍ୟ୍ଯ କଳାପ ପ୍ରତି ସନ୍ଧେହ ଦୃଢ଼ୀଭୂତ ହେଉଛି ।ଖୁବଶୀଘ୍ର ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଶାସନ ଓ ନ୍ୟାୟ ପ୍ରତି ଆସ୍ଥା ବଜାୟ ରଖିବାକୁ ବିଧେୟ ବୋଲି ଅଭିଯୋଗକାରୀ ମତ ପ୍ରକାଶ କରିଥିଲେ। ଏହି ଘଟଣା ସମ୍ପର୍କରେ ଅବଗତ ହୋଇ ମହାମହିମ ରାଜ୍ୟପାଳ ହସ୍ତକ୍ଷେପ ଓ ନିର୍ଦ୍ଦେଶ ଅତ୍ୟନ୍ତ ଜରୁରୀ ବୋଲି ବନମାଳୀ ଗମାଙ୍ଗ, ଶ୍ରୀନିବାସ ପଣ୍ଡା ,ଚିନ୍ନା କଣ୍ଡାଗରୀ,ରମେଶ ମିନାକା, ବୁଡୁ କଣ୍ଡାଗରୀ ପ୍ରମୁଖ ସ୍ମାରକପତ୍ର ରେ ଉଲ୍ଲେଖ କରିଛନ୍ତି ।

 

ରିପୋର୍ଟ ରାକେଶ କୁମାର ବେହେରା