April 27, 2026

ଆଧାର ଲିଙ୍କ୍ ନାମରେ ଠକେଇ ଅଭିଯୋଗରେ ୨ ଗିରଫ 

IMG-20230425-WA0001
Share

 

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମରେ ଆଧାର ଲିଙ୍କ୍ ନାମରେ ଠକେଇ ଅଭିଯୋଗ କ୍ରମେ ୨ ଜଣଙ୍କୁ ଗିରଫ କରି ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନର ଅମିତ କୁମାର ମହାପାତ୍ର (୨୯) ଓ ନୟାଗଡ ଜିଲ୍ଲା ଓଡଗାଁ ଟାଙ୍ଗିସାହିର ଆକାଶ ବେହେରା (୩୦) । ଏ ନେଇ ପୂର୍ବରୁ କେସ୍ ନଂ ୧୨୯/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ , ବୁଗୁଡ଼ା ବ୍ଲକର କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମ ଏବଂ ଏହାର ଆଖପାଖରେ କମ୍ ଘର ଥିବା ଛୋଟ ଛୋଟ ଗାଁ ଗୁଡିକର ଅଶିକ୍ଷିତ ଲୋକଙ୍କୁ ବ୍ଲକ୍ କର୍ମଚାରୀଙ୍କ ପରିଚୟ ଦେଇ ସେମାନଙ୍କ ଠାରୁ ଆଧାର ଲିଙ୍କ୍ ନାମରେ ଫିଙ୍ଗର୍ ପ୍ରିଣ୍ଟ ନେଇ ଠକେଇ କରିଥିବା ନେଇ କିଛି ଯୁବକଙ୍କ ବିରୁଦ୍ଧରେ ବୁଗୁଡ଼ା ଥାନାରେ ଗତ ଫେବୃୟାରୀ ମାସରେ ଅଭିଯୋଗ ହୋଇଥିଲା । ଠକାମିର ଶିକାର ହୋଇଥିବା ଲୋକଙ୍କ ଅଭିଯୋଗ ପର ଠାରୁ ପୋଲିସ ଠକଙ୍କ ତଲାସି ଜାରି ରଖିଥିଲା । ତେବେ କୌଣସି ସୂତ୍ରରୁ ଠକଙ୍କ ସମ୍ପର୍କେ ସୂଚନା ପାଇ ଗତକାଲି ରାତିରେ ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ତ୍ଵରେ ପୋଲିସ ଟିମ୍ ଉଭୟଙ୍କୁ କାବୁ କରିଥିଲା ।. ରିପୋର୍ଟ ହର ପ୍ରସାଦ ପାଢି