March 10, 2026

ନାମକୁ ମାତ୍ର ଲଷ୍ମୀପୂର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ୱାସ୍ଥ୍ୟକେନ୍ଦ୍ର

IMG-20260225-WA0035
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ) ଭବାନୀପାଟଣା ଉପକଣ୍ଠସ୍ଥ ଲଷ୍ମୀପୂର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକ ଦେଖାଣିଆ ଭାବରେ ନାମକୁ ମାତ୍ର ଅଛି। ସ୍ଥାନୀୟ ଲୋକଙ୍କ ଆଶୁ ଚିକିତ୍ସା ନିମନ୍ତେ ଗତ ପ୍ରାୟ ଦେଢ଼ ବର୍ଷ ତଳେ ନିର୍ମିତ ହୋଇସାରିଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ନହେବା ନେଇ, ପଞ୍ଚାୟତ ବାସି କ୍ଷୋଭ ପ୍ରକାଶ କରିଛନ୍ତି। ପଞ୍ଚାୟତର କିଛି ବୁଦ୍ଧିଜୀବୀ ଜଣାଇଛନ୍ତି ଯେ’, ଉପ ସ୍ୱାସ୍ଥ୍ୟକେନ୍ଦ୍ରଟି ଶୀଘ୍ର ଚାଲୁ କରିବାପାଇଁ କେତେଥର ବିଭାଗୀୟ ଉଚ୍ଚ ଅଧିକାରୀ ଓ ପଞ୍ଚାୟତ ସମିତିକୁ ଲିଖିତ ଭାବରେ ଜଣାଇଥିବା ସତ୍ତ୍ୱେ, ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳିପାରିନାହିଁ। ଏପରିକି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ନାମକୁ ମାତ୍ର ରାତ୍ର ଜଗୁଆଳୀ ଥିବାବେଳେ, ବିଦ୍ୟୁତ ସରବରାହ ଜନିତ ସମସ୍ୟା ନହେବାପାଇଁ ସେଠାରେ ଲଗାଯାଇଥିବା ଇନଭର୍ଟର ଓ ବେଟେରି ଗୁଡିକ, ଗତବର୍ଷ ରାତାରାତି ତାଲା ଭାଙ୍ଗି ଚୋରି ହୋଇଥିଲା ଏବଂ ଏନେଇ ଥାନାରେ ଏକ ଚୋରି ମାମଲା ରୁଜ୍ଜୁ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚୋରମାନଙ୍କ କିଛି ପତ୍ତା ମିଳିପାରିନାହିଁ। ଏହାଛଡା ଉକ୍ତ ଅଞ୍ଚଳରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ପ୍ରାୟ ୬ କି. ମି ରୁ ଉର୍ଦ୍ଧ ଦୂରତାରେ ଥିବାବେଳେ, ସ୍ଥାନୀୟ ପଞ୍ଚାୟତ ବାସୀଙ୍କୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଏନେଇ ବର୍ତ୍ତମାନ ସ୍ଥାୟୀୟ ବୁଦ୍ଧିଜୀବୀ ମାନେ ଚେତାବନି ଦେଇ ଜଣାଇଛନ୍ତି ଯେ’ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଉପ ସ୍ୱାସ୍ଥ୍ୟକେନ୍ଦ୍ରଟି ଯଥା ଶୀଘ୍ର କାର୍ଯ୍ୟକ୍ଷମ ନହୁଏ, ସ୍ଥାନୀୟ ପଞ୍ଚାୟତରେ ରାଜନୈତିକ ମାହୋଲ ସମ୍ପୂର୍ଣ ଓଲଟ ପାଲଟ ହେବ। ତତ ସହିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏନେଇ ଶୀଘ୍ର ପଦକ୍ଷେପ ନନିଅନ୍ତି, ତାହାହେଲେ ପଞ୍ଚାୟତ ବାସି ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ।