November 24, 2024

ମୋହନା ନିର୍ବାଚନ ମଣ୍ଡଳୀର ରାଜନୀତି ହାଲଚାଲ୍ ….

Share


୨୦୨୪ ନିର୍ବାଚନ ପାଇଁ ମୋହନା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଦଳ ମାନଙ୍କ ମଧ୍ୟରେ ଅଙ୍କ କଷାକଷି ଜୋର ଧରିଛି, ଧିରେ ଧିରେ ଦଳ ମାନଙ୍କ ମଧ୍ୟରେ ଟିକେଟ ପାଇଁ ଆଶାୟୀ ଙ୍କ ସଖ୍ୟା ବଢ଼ିବାରେ ଲାଗିଛି, ସେଥି ମଧ୍ୟରୁ ବିଜୁ ଜନତା ଦଳର କଥା ନ କହିବା ଭଲ ।ଏ କଥା ମୁଁ କହୁନି ଆଜ୍ଞା,ମୋହନା ରାଜନୀତି ର ହାଲଚାଲ୍ କହୁଛି ।ବିଭିନ୍ନ ମହଲରେ ଆଲୋଚନା ହେଉଛି ଏଇ ୨୦୨୪ ନିର୍ବାଚନରେ ପ୍ରାୟତଃ ଅତି କମରୁ ୭ ରୁ ୮ଜଣ ବିଧାୟକ ଟିକେଟ ପାଇଁ ଆଶାବାଦୀ ଅଛନ୍ତି ।କିନ୍ତୁ ଦଳର ସୁପ୍ରିମ କାହା ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେବେ ତାହା ତ ସମୟ କହିବ କିନ୍ତୁ ଜନସାଧାରଣ ଙ୍କ ମତରେ ଏତେ ସଖ୍ୟା ରେ ଟିକେଟ ପାଇଁ ଆଶା ପ୍ରକଟ କରି ଥିବାରୁ ଦଳ ପାଇଁ ପ୍ରଭାବ ଉପୁଜିଲା ଭଳି ମନେ ହେଉଛି ।ଏଇ ଯେମିତି କିଛି ଦିନ ତଳେ ବିଭିନ୍ନ ସୋସିଆଲ ମିଡ଼ିଆ ତଥା କେତେକ ପତ୍ର ପତ୍ରିକାରେ ସ୍ଥାନ ପାଇଛି ଯେ ବିଜୁ ଜନତା ଦଳର କିଛି କର୍ମୀ ବିଜୁ ଜନତା ଦଳର ସଭାପତି ଙ୍କ ଅଗୋଚରରେ ସଭା ସମିତି କରୁଛନ୍ତି ।କିନ୍ତୁ ବାସ୍ତବରେ କଥାଟା କାନକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ ତା ଥିଲା ଭଳି ମନେ ହେଉଛି ।ଦଳ ମଧ୍ୟରେ ଏପରି କାର୍ଯ୍ୟ ଯୋଗୁଁ ଜନସାଧାରଣ ଙ୍କ କହିବା ଅନୁଯାୟୀ ଦଳ ବାଟରେ ପଡ଼ି ହାଟରେ ଗଡ଼ିବା ଭଳି ଏକ ପ୍ରକାର ନଜରକୁ ଆସିଛି ।ଏଭଳି ପରିସ୍ଥିତିରେ ମୋହନା ନିର୍ବାଚନ ମଣ୍ଡଳୀ ର ବର୍ତ୍ତମାନ ର ଙ୍କଗ୍ରେସ ବିଧାୟକ ଙ୍କ ସ୍ଥିତି ମଜ୍ ଭୁତ୍ ଥିବା ଭଳି ମନେ ହେଉଛି ।କାରଣ ସେହି ଏକାକୀ ଙ୍କଗ୍ରେସ ଟିକେଟ ଆଣି ୨୦୨୪ ରେ ନିର୍ବାଚନ ପାଇଁ ପୁର୍ନବାର ବିଧାୟକ ଆସନ ବାଜିମାରି ନେବେ ବୋଲି ଏକ ପ୍ରକାର ସ୍ଥିର ହେଲା ଭଳି ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ହେଉଛି । ସେହିପରି ମୋହନା ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ମଧ୍ୟ ୨୦୨୪ ପାଇଁ ତାର ରଣନୀତି ପ୍ରସ୍ତୁତ ଆରମ୍ଭ କରିଛନ୍ତି ।ଜନସାଧାରଣ ଙ୍କ କହିବା ଅନୁଯାୟୀ ଏହି ଦଳ ରେ ମଧ୍ୟ ୪ ରୁ ୫ ଜଣ ଟିକେଟ ପାଇଁ ଆଶାବାଦୀ ଅଛନ୍ତି ।କିନ୍ତୁ ସମୟ ଅନୁଯାୟୀ ଦଳର ସାଙ୍ଗଠନିକ ଦାୟିତ୍ଵ ରେ ଥିବା ସୁପ୍ରିମ ଟିକେଟ କାହାକୁ ଦେବେ ନଦେବେ ସେ ସ୍ଥିର କରିବେ ।କିନ୍ତୁ ପାଠକେ ଆପଣ ମାନେ ଯଦିଓ ମୋହନା ନିର୍ବାଚନ ମଣ୍ଡଳୀ ର ରାଜନୀତି କୁ ବିଶ୍ଳେଷଣ କରି ଦେଖି ବେ ଏହି ନିର୍ବାଚନ ମଣ୍ଡଳୀ ରେ କେବଳ ଗୋଟିଏ ଥର ହିଁ ବିଧାୟକ ଆସନ ଅକ୍ତିଆର କରିଛନ୍ତି ।ତେଣୁ ବିଗତ ତ୍ରିସ୍ତରୀୟ ପଞ୍ଚାୟତ ସ୍ଥରରେ ମଧ୍ୟ ଉଭୟ ଙ୍କଗ୍ରେସ ଓ ବିଜୁ ଜନତା ଦଳ ମଧ୍ୟରେ ଛକାପଞ୍ଚା ଲାଗି ରହିଛି । କିନ୍ତୁ ଭାରତୀୟ ଜନତା ପାର୍ଟି କୁ ଆସନ ଆଣିବାକୁ ହେଲେ ତିଖ୍ଣ ରଣକୌଶଳ ର ଆବଶ୍ୟକତା ଥିଲା ଭଳି ମନେ ହେଉଛି ।(ମୁକେଶ ପ୍ରଧାନ)