April 29, 2026

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ବାର୍ଷିକ ବୈଷୟିକ ଓ ସାଂସ୍କୃତିକ ଫେଷ୍ଟ “ସୃଜନ-୧.୦” ଉଦଘାଟିତ

WhatsApp Image 2023-02-25 at 13.45.40
Share

 

ଗୁଣୁପୁର -୨୫/୨/୨୦୨୩-(ସୁରେନ୍ଦ୍ର ମହାନ୍ତି )ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ ଅବସରରେ ଆଜି ଅନୁଷ୍ଠାନର ବାର୍ଷିକ ବୈଷୟିକ ଓ ସାଂସ୍କୃତିକ ଫେଷ୍ଟ “ସୃଜନ ୧.୦- ର ଉଦଘାଟିତ ହୋଇଯାଇଛି। ଆଜିର ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଏ ଆଇ ସି ଟି ଇ ର ଅଧ୍ୟକ୍ଷ ଡ଼. ଟି ଜି ସିତାରାମ ଆଭାସି ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଉଦ୍ୟୋଗ କ୍ଷେତ୍ରରେ ଆତ୍ମନିର୍ଭଶୀଳ ହେବା ପାଇ ଆହ୍ବାନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ମୁମ୍ବାଇସ୍ଥିତ ପେରୀ ଇଣ୍ଡିଆ ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ସତ୍ୟନ୍ଦ୍ର ଶ୍ରୀବାସ୍ତବ ଯୋଗ ଦେଇ ସଫଳତାର ବିଭିନ୍ନ ମାର୍ଗ ବିଷୟରେ ଆଲୋଚନା କରିବାସହ ଜୀବନରେ ଏକ ସ୍ଥିର ଲକ୍ଷ୍ୟ ସହ ଶୃଙ୍ଖଳା ଓ କଠିନ ପରିଶ୍ରମ କରିବା ପାଇ କହିଥିଲେ।ବିଶ୍ବବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗଦେଇ ନୂତନ ଚିନ୍ତାଧାରା ଦେଶକୁ ସର୍ବୋତ୍ତମ କ୍ଷମତାଶୀଳ କରିଥାଏ ବୋଲି କହିବା ସହ ଉଚ୍ଚ ସ୍ଵପ୍ନ ଦେଖିବା ସହ ବିଶ୍ବିବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସଫଳତା ବିଷୟରେ ଆଲୋଚନା କରିଥିଲେ।ଉପ ସଭାପତି ଡ.ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗ ଦେଇ ବର୍ତ୍ତମାନ ସମୟରେ କୃଷି ବିଜ୍ଞାନ ଓ ସେବା କ୍ଷେତ୍ରର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ମାଣ୍ଡିଆ ଜାତୀୟ ଶସ୍ୟର ବ୍ୟବହାର ବିଷୟରେ ଦୃଷ୍ଟିପାତ କରିଥିଲେ।ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା,କୁଳପତି ଡ ଗୌତମ ଘୋଷ, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ସଫଳତା ବିଷୟରେ କହିଥିଲେ।ଏହି ଅବସରରେ ଜାତୀୟ ସେବା ଯୋଜନାର ବାର୍ଷିକ ପୁସ୍ତିକା ପ୍ରୟାସ ର ଉନ୍ମୋଚନ କରାଯାଇଥିଲା। ପରିଶେଷରେ କାର୍ଯକ୍ରମର ଆବାହକ ଡ ବିଭୁ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।
ଆଜି ସକାଳେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ ମାନଙ୍କୁ ନେଇ ଏକ ମିନି ମାରାଥନ କାର୍ଯ୍ୟକ୍ରମ କରାଯାଇଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ମଡେ଼ଲ ପ୍ରଦର୍ଶନ କରାଯାଇଛି। ଏହି ତିନିଦିନ ପ୍ରତ୍ୟେକ ସନ୍ଧ୍ୟାରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୨୬ ତାରିଖରେ ପ୍ରଖ୍ୟାତ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ ଓ ୨୭ ତାରିଖରେ ବଲିଉଡର ଗାୟିକା ଜ୍ୟୋତିକା ଟାଙ୍ଗିରିଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ଉତ୍ସବ ନିମନ୍ତେ ପୂର୍ବରୁ ଛାତ୍ର ଛାତ୍ରୀ, କର୍ମଚାରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଆଜି ସେହି କୃତି ପ୍ରତିଯୋଗୀ ମାନଙ୍କୁ ଏହି ମଣ୍ଡପରେ ମାନପତ୍ର ସହ ସିଲ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।

You may have missed