April 26, 2026

ଉପାନ୍ତ ଓଡିଶା ପ୍ରତିନିଧିଙ୍କ ମାତୃବିୟୋଗ

WhatsApp Image 2023-02-25 at 09.46.51
Share

 

ବୋଲଗଡ଼,୨୫/୦୨(ଉପାନ୍ତ ଓଡିଶା):ବୋଲଗଡ ପାଇଁ ପ୍ରତିନିଧିତ୍ୱ କରୁଥିବା ଉପାନ୍ତ ଓଡିଶାର ପ୍ରତି ନିଧି ସୁଶାନ୍ତ କୁମାର ପ୍ରଧାନ ଙ୍କର ବୋଉ ଶ୍ରୀମତୀ ଲକ୍ଷ୍ମୀ ପ୍ରଧାନ ୬୮ବର୍ଷ ବୟସରେ ମାଉଥ କ୍ୟାନସର ଜନିତ ରୋଗରେ ପୀଡ଼ିତ ଥିଲେ।ଶ୍ରମତୀ ଲକ୍ଷ୍ମୀ ପ୍ରଧାନ ଙ୍କର ୨୪ତାରିଖ ସଂଧ୍ୟା ୭ଟାରେ ନିଜବାସ ଭବନ ରେ ନିଧନ ଘଟିଛି। ଶ୍ରୀମତୀ ପ୍ରଧାନ ଙ୍କର ସ୍ୱାମୀ ଜଣେ ପ୍ରତିଷ୍ଠିତ ଓ ରିଟାୟଡମେଣ୍ଟ ଫରେଷ୍ଟ ଅଟନ୍ତି। ଶ୍ରୀମତୀ ପ୍ରଧାନ ଏକଧାରାରେ ମିଷ୍ଟଭାଷୀ,ନିଷ୍କପଟ,ଦୟାଳୁ,ଧର୍ମପରାୟଣା,ମେଳାପି ଓ ପରୋଉପକାରି ଥିଲେ। ସେଷ ନିଶ୍ୱାସତ୍ୟାଗ ସମୟରେ ଚାରି ପୁଅ, ତିନିବୋହୁ ଝିଅ ଜ୍ୱାଇଁ,ନାତିନାତୁଣି ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ରାତି ୧ଘଣ୍ଟିକା ରେ ତାଙ୍କର ପାଟବନ୍ଧ ଗ୍ରାମ ସ୍ମସାନରେ ଶେସକୃତ୍ୟ ସମ୍ପର୍ଣ କରାଯାଇଛି। ଶ୍ରୀମତୀ ପ୍ରଧାନଙ୍କ ର ବିୟୋଗରେ ସମଗ୍ର ପାଟବନ୍ଧ ଗ୍ରାମ ଓ ସାମ୍ବାଦିକ ଖଟିର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)