୨୮.୬୮ ଗ୍ରାମ ବ୍ରାଉନସୁଗାର ଜବତ ଦୁଇ ଗିରଫ..

ତିର୍ତୋଲ(ରଞ୍ଜନ କୁମାର ମଲ୍ଲିକ)
ଜଗତସିଂହପୁର ଜିଲ୍ଲାର ଏସ.ପି. ଭାବେ ଅଙ୍କିତ ବର୍ମା ଦାୟିତ୍ୱ ଗ୍ରହଣ କରିବା ପରେ ଅପରେସନ “ପ୍ରହାର” ଦ୍ୱାରା ନିଶା ବ୍ୟବସାୟୀ ଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଥାନା ଗୁଡିକ ପକ୍ଷରୁ ଜୋରଦାର ଚଡାଉ ସହିତ ନିଶା ବ୍ୟବସାୟୀ ମାନଙ୍କୁ ଧାରାଯାଇ କୋର୍ଟ ଚାଲାଣ କରାଯାଉଛି।ତିର୍ତ୍ତୋଲ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ସମୟରେ ନାଉସିରା ସ୍ଥିତ ଏକ ଘରୋଇ ମଣ୍ଡପ ନିକଟରୁ ଦୁଇ ବ୍ରାଉନ ସୁଗାର ବ୍ୟବସାୟୀ ଙ୍କୁ ଧରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୮.୬୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି।ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ରୁ ଉର୍ଦ୍ଧ ହେବ।ଗିରଫ ଦୁଇ ବ୍ୟବସାୟୀ ହେଲେ ତିର୍ତ୍ତୋଲ ଥାନା ଅଧୀନ ଏରଡ଼ଙ୍ଗା ଗ୍ରାମର ଏନ.ସୌମେଶ ଓରଫ ପାପୁଲା ଏବଂ ଜଗତସିଂହପୁର ଥାନା ଅଧୀନ ବଡଲହଙ୍ଗା ଗ୍ରାମର ସୁରେଶ ସ୍ୱାଇଁ ଓରଫ ଚେଙ୍ଗା।ସେମାନଙ୍କ ନିକଟରୁ ଏକ ହିରୋ ପ୍ୟାସନ ବାଇକ କୁ ମଧ୍ୟ ତିର୍ତ୍ତୋଲ ପୋଲିସ ଜବତ କରିଛି। ଗିରଫ ଦୁଇ ଜଣଙ୍କ ଡାକ୍ତରୀ ମାଇନା ସହିତ କୋର୍ଟ ଚାଲାଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ତିର୍ତ୍ତୋଲ ଏସ ଡି ପି ଓ ଅଜୟ ଦାଶ ନିଜେ ନିଶା ବ୍ୟବସାୟୀ ମାନଙ୍କୁ ଚେତାବନୀ ଦେଇଛନ୍ତି। ନିଶା କାରବାର ବନ୍ଦ କରନ୍ତୁ ନଚେତ ସେମାନଙ୍କର ନିସ୍ତାର ନାହିଁ ବୋଲି ସଚେତନ କରିଛନ୍ତି।
