March 8, 2026

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ ଅନୁଷ୍ଠିତ..

IMG-20260125-WA0018
Share

 

 

ରାୟଗଡ଼(ରବି ରାଜ ବୈଦ୍ୟ)ରାୟଗଡ଼ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟିର ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାୟଗଡା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକ,

ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ମାନ୍ୟବର ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା,

ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକାର୍ଣ୍ଣି,ଆରକ୍ଷୀ ଅଧିକ୍ଷକ ରାୟଗଡା ସ୍ୱାତୀ ଏସ୍ କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ,ପିଏ ଆଇଟିଡିଏ ରାୟଗଡ଼ ଶ୍ରୀ ଚନ୍ଦ୍ରକାନ୍ତ ମାଝି, ଗୁଣୁପୁର ପିଏ ଆଇଟିଡିଏ ଶ୍ରୀ ଅଜୟ କୁମାର ପ୍ରଧାନ,ସିଡିଏମଓ ରାୟଗଡା ଡ଼.ସରୋଜିନୀ ଦେବୀ ସମେତ ଜିଲ୍ଳାର ସମସ୍ତ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ଅନ୍ୟାନ୍ୟ ଜିଲ୍ଳାସ୍ତ ରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ବୈଠକର ଆରମ୍ଭରେ ମାନ୍ୟବର ସାଂସଦ ସମସ୍ତଙ୍କୁ ସ୍ୱାଗତ ଜାଣାଇ ଆଲୋଚନାଯୁକ୍ତ ବିଷୟ ଗୁଡ଼ିକ ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ଉପସ୍ଥାପନା କରିବାକୁ କହିଥିଲେ।

ବୈଠକରେ ଜାତୀୟ ରାଜପଥ ୩୨୬ର ଉନ୍ନତିକରଣ,ବାଇପାସ୍ ନିର୍ମାଣ,ରାୟଗଡା ସହର ମଝି ରେଳବାଇ ଅଭର ବ୍ରିଜ୍ ଏବଂ ନୂତନ ନାଗାବଳି ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା।ଜାତୀୟ ରାଜପଥ ୩୨୬ରେ ୧୫୩ କୋଟି ଟଙ୍କାରେ ନିର୍ମାଣ ପ୍ରକ୍ରିୟା ଚାଲିଛି,ନାଗାବଳି ନଦୀରେ ୧୭ କୋଟି ଟଙ୍କାର ବ୍ୟୟ ଅଟକଳରେ ନୂତନ ସେତୁ ନିର୍ମାଣ ପାଇଁ ଟେଣ୍ଡର୍ ଡ଼କାଯିବ।ସେହିପରି ରାଇପଙ୍କା ରୁ ତାଣ୍ଡୀକଣା ପର୍ଯ୍ୟନ୍ତ ୩୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା ଉନ୍ନତି କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ ପ୍ରକାଶ କରିଥିଲେ। ସେଥିପାଇଁ ରାଜ୍ୟ ଅର୍ଥ କମିଶନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁଅଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ।ସରକାରଙ୍କ ବୈଷୟକ ଅନୁମୋଦନ ଚିଠି ଆସିବା ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ଓ ମରାମତି କାମ ଚାଲୁରହିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଥିଲେ।ରାୟଗଡା ଠାରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ୧୪୭କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତାର ଦୋହରୀକରଣ ନିମନ୍ତେ ସରକାରଙ୍କ ଅର୍ଥ ବିଭାଗ ନିର୍ଦେଶକୁ ଅପେକ୍ଷା କରାଯାଇଛି।ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁଅଛି।ନାଗାବଳି ସେତୁ ଓ ରାୟଗଡା ସହର ରେଲୱେ ଅଭର ବ୍ରିଜର ନିର୍ମାଣ କାର୍ଯ୍ୟ ଚାଲୁଅଛି ଆସନ୍ତା ଫେବୃୟାରୀ ୧୫ ତାରିଖ ମଧ୍ୟରେ ସମ୍ପୂର୍ଣ ହେବାର ଲକ୍ଷ ଧର୍ଯ୍ୟ ରଖାଯାଇଛି।ସେହିପରି ବିଏସଏନଏଲ୍ ଦ୍ୱାରା ଜିଲ୍ଳାର ୧୧ଟି ବ୍ଲକ୍ରେ ୧୩୬ଟି ସଂତୃପ୍ତି ସ୍ଥାନରେ ଆଲର୍ଟ୍ କରାଯାଇ ଗ୍ରାମାଞ୍ଚଳରେ ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ହାସଲ ହୋଇଛି।ଜିଲ୍ଲାର ୭୫ ସ୍ଥାନରେ ୪ଜି ସଂତୃପ୍ତି କରାଯାଇ ମୋବାଇଲ ଯୋଗାଯୋଗ କାର୍ଯ୍ୟ ଚାଲୁଥିବା ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନା କରି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ଭିତ୍ତିଭୂମି ନିର୍ମାଣ ଓ ମରାମତି,ଡାକ୍ତର ସମସ୍ୟା ଓ ପଦବୀ ପୂରଣ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ଶିକ୍ଷା ବିଭାଗ,ମଙ୍ଗଳ ବିଭାଗ ଓ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡା ଓ ଗୁଣୁପୁର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା।

ସ୍ୱାସ୍ଥ୍ୟ ବିଭାଗରେ ଯନ୍ତ୍ରପାତି ମରାମତି ଓ ପଦବି ପୁରଣ ଉପରେ ରାୟଗଡା ବିଧାୟକ ଜାଣିବାକୁ ଚାହିଁଥିଲେ।ରାୟଗଡ଼ା ହେଡ଼୍‌କ୍ୱାର୍ଟର ହସ୍ପିଟାଲ୍‌ରେ ୪୬୫ଟି ମେଡିକାଲ୍ ଯନ୍ତ୍ରପାତିରୁ ୪୬ଟି କାର୍ଯ୍ୟହୀନ ଏବଂ ମରାମତି ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଇଥିବା ବିଷୟରେ ରାୟଗଡ଼ ବିଧାୟକ ପଚାରିଥିଲେ।ଉପ ସ୍ୱାସ୍ଥ୍ୟ କେନ୍ଦ୍ର,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଜୁନ୍ ୨୦୨୬ ସୁଧା ସମ୍ପୂର୍ଣ୍ଣ ପାଇଁ ସାଂସଦଙ୍କ ନିର୍ଦ୍ଦେଶ ରହିଥିଲା।ସାଂସଦ ଙ୍କ ନିର୍ଦ୍ଦେଶରେ ମେଡିକାଲ ଅଫିସର ଓ କର୍ମଚାରୀ ଖାଲି ପଦଗୁଡ଼ିକ ଶୀଘ୍ର ପୂରଣ ଏବଂ ଦୂରବର୍ତ୍ତୀ ଅଞ୍ଚଳରେ ଆମ୍ବୁଲାନ୍ସ୍ ସୁବିଧା ଉପରେ ଆଲୋଚନା ହୋଇଥିଲା।ସେହିପରି ଶିକ୍ଷା ବିଭାଗର ବିଭିନ୍ନ ବିଦ୍ୟାଳୟରେ ଖାଲି ପଦବି ଗୁଡ଼ିକ ପୂରଣ,ପିଏମ ଶ୍ରୀ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣର ଅର୍ଥ ଓ ମାପଦଣ୍ଡ,ପାଠାଗାର ଓ ବିଜ୍ଞାନ ପ୍ରୟାଗଶାଳା ଶୀଘ୍ର ସମ୍ପୂର୍ଣ୍ଣ ଉପରେ ଆଲୋଚନା ହୋଇଥିଲା।

ସେହିପରି ପିଏମ୍‌ ଜନମନ୍ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।