ଅବ୍ୟବସ୍ଥା ଘେରରେ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଭୋଇମଡା..

କୋଲନରା(ସଞ୍ଜୀବ କୁମାର କଣ୍ଡାଗରୀ)ରାୟଗଡ଼ା ଜିଲ୍ଲା ଅନୁସୂଚିତ ଜାତି ଜନଜାତି ବିଭାଗ ବିଭିନ୍ନ ସମୟରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ବର୍ତ୍ତମାନ କୋଲନରା ବ୍ଲକ ଭୋଇମଡା ଉନ୍ନତି ଉଚ୍ଚ ବିଦ୍ୟାଳୟ ଭୋଇମଡା ରେ ନା କିଏ ବାପା ଅଛି ନା କିଏ ମାଆ ଅଛି ବୋଲି ଚର୍ଚ୍ଚା ହେଉଛି।ଜନଜାତି ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସବୁବେଳେ ସରକାର ଚିନ୍ତିତ ଥିବାବେଳେ ଛାତ୍ର ଛାତ୍ରୀ ମାନଙ୍କ ଭାଗ୍ୟ ଅନ୍ଧାର ଘେରରେ ଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଟି ବ୍ଲକ ଅଫିସ ଠାରୁ ପ୍ରାୟ ୨୫ କିମି ଦୂରରେ ଥିବା ବେଳେ କିଏ ବା କାହିଁକି ପଚାରେ।ପଞ୍ଚାୟତ ଗର୍ଭ ଗୃହରେ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ନା ଶିକ୍ଷା ନା ସେବା ପାଉଛନ୍ତି ଛାତ୍ର ଛାତ୍ରୀ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।ଜିଲ୍ଲାରେ ପ୍ରଥମ ବର୍ଷ ୨୦୨୬ ଅଭିଯୋଗ ଶୁଣାଣି କୁ ନେଇ ଜିଲ୍ଲାପାଳ ସମାୟାନୁବର୍ତ୍ତି କୁ ପ୍ରାଧାନ୍ୟ ଦେଇ ଲୋକଙ୍କ ସରକାର ରେ ଲୋକଙ୍କ ସମସ୍ୟା କୁ ଦୃଷ୍ଟି ଦେବା ନେଇ ଅଭିଯୋଗ ପ୍ରକୋଷ୍ଟ କୁ ବିଳମ୍ବରେ ଆସିଥିବା ବେଳେ ଅଧିକାରୀ ମାନଙ୍କୁ ପ୍ରକୋଷ୍ଟ ଭିତରକୁ ପ୍ରବେଶ ନ କରେଇବାରୁ ଅଧିକାରୀ ମାନେ ବାହାରେ ବସି ଥିବା ସାରା ଓଡ଼ିଶାରେ ଚର୍ଚ୍ଚା ହୋଇଥିଲା।କିନ୍ତୁ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଭୋଇମଡା ଠାରେ। ବିଦ୍ୟାଳୟ କୁ ଶିକ୍ଷକ ମାନେ ଡେରି ରେ ଆସି ଶୀଘ୍ର ବିଦ୍ୟାଳୟ ଛାଡୁଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି।ବିଦ୍ୟାଳୟ ବନ୍ଦ ହେବା ପରେ ରାତିରେ କେହି ଜଣେ ଶିକ୍ଷକ ଛାତ୍ରାବାସରେ ରହୁନଥିବା ଦେଖିବାକୁ ମିଳୁଛି।ନା ପ୍ରଧାନ ଶିକ୍ଷକ ନା ସହକାରୀ ଶିକ୍ଷକ କିଏ ବି ଜଣେ ନ ରହି ସିସିଏ ଙ୍କ ହାତରେ ବିଦ୍ୟାଳୟ କୁ ଟେକି ଦେଇ ନିଜେ ନିଜର ଘରକୁ ପଳେଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ବିଦ୍ୟାଳୟରେ ପ୍ରାୟ ଅନ୍ତେବାସୀ ରହୁଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ତିଳେ ହେଲେ ଦାୟିତ୍ୱ ନ ଥିବା ଗ୍ରାମବାସୀ କହିଛନ୍ତି।କେତେ ବେଳେ ଯେ କେଉଁ ପିଲାର ଦେହ ଖରାପ ହେବ କହି ହେବନି କିଛି ହେବନି ବୋଲି ଅଭିଭାବକ ମହଲରେ ତୀବ୍ର ନିନ୍ଦା କରିବା ସଙ୍ଗେ ଆଲୋଚନା କରିଛନ୍ତି।ଯଦି ଏହି ଭଳି ସମସ୍ୟା ଲାଗିରହିବ ତେବେ ବିଦ୍ୟାଳୟରେ ଛାତ୍ର ମାନଙ୍କୁ ଆଉ ଛାଡ଼ିବୁ ନାହିଁ ବୋଲି କହିଛନ୍ତି।ଏହି ସମ୍ପର୍କରେ ଡବ୍ଲୁଇଓ କୋଲନରା ଦେବାଶିଷ ମୁଣ୍ଡ ଙ୍କୁ ଯୋଗାଯୋଗ କରିବାରୁ ଘଟଣା ଟିକୁ ତଦନ୍ତ କରି ଉପରିସ୍ଥ ଅଧିକାରୀ ଙ୍କୁ ଜଣେଇବେ ବୋଲି କହିଥିଲେ।ଉକ୍ତ ବିଷୟକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ଦେଖିବାକୁ ବାକି ରହିଲା ବୋଲି ଆଲୋଚନା ହେଉଛି।
