April 26, 2026

ଅଭିକର୍ତ୍ତା ବୃତ୍ତି ସୁରକ୍ଷା ଦିବସ ପାଳିତ 

IMG-20260125-WA0006
Share

ଭାରତୀୟ ଜୀବନ ବୀମା ଲି ଆ ଫି ଅଭିକର୍ତ୍ତା ସଙ୍ଘ ଆନୁକୂଲ୍ୟରେ ବାଲୁଗାଁ ଶାଖା କାର୍ଯ୍ୟାଳୟ ପରିସରରେ ୮୨ତମ ଅଭିକର୍ତ୍ତା ବୃତ୍ତି ସୁରକ୍ଷା ଦିବସ ପାଳିତ ହୋଇଯାଇଛି, ଅକ୍ଷୟ କୁମାର ସାହୁ କୋଷାଧକ୍ଷ ସଭା ପରିଚାଳନା କରିଥିଲେ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଶାଖା ପରିଚାଳକ ଶ୍ରୀଯୁକ୍ତ ଅନୟ କୁମାର ମହାନ୍ତି, ସମ୍ମାନିତ ଅତିଥିଭାବେ ମୋହିତ ପଟେଲ , ସି ଏଲ ଆଇ ଅମିତାଭ ପଟ୍ଟନାୟକ, ସନ୍ତୋଷ ବିଶ୍ୱାଳ, ଭବାନୀ ସୁବୁଦ୍ଧି ଉପସ୍ଥିତ ଥିଲେ, ପ୍ରଥମେ ଶାଖା ପରିଚାଳକଙ୍କୁ ସମ୍ପାଦକ ରତିକାନ୍ତ ସାହୁ ଉତ୍ତରୀୟ ପ୍ରଦାନ କରି ସଂମ୍ମାନିତ କରିଥିଲେ, ଶାଖାର ପ୍ରଥମ ଅଭିକର୍ତ୍ତା ପ୍ରଫୁଲ୍ଲ ସାହୁ, ବୟୋଜ୍ୟେଷ୍ଟ ନିରଞ୍ଜନ ଗୁମାନସିଂ ଙ୍କୁ ଉତ୍ତରୀୟ ପ୍ରଦାନ କରି ଶାଖା ପରିଚାଳକ ସମ୍ମାନିତ କରିଥିଲେ। ଶାଖା ପରିଚାଳକ ଅଭିଭାଷଣ ରେ କହିଥିଲେ ଭାରତୀୟ ଜୀବନ ବୀମାର ଅଭିକର୍ତ୍ତା ଯେ କି ଲୋକଙ୍କ ଅସୁବିଧାରେ ଛିଡା ହେଵେ, ଲିଆଫି ସଂଗଠନ ଉଦ୍ୟମ ଯୋଗେ ଅଭିକର୍ତ୍ତା ମାନଙ୍କ ର ଅବସର କାଳୀନ ରାଶି ବୃଦ୍ଧି ହୋଇଛି, ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଚିକିତ୍ସା ରାଶି ବୃଦ୍ଧି ହୋଇଛି, ଏକତା ହିଁ ବଳ, ତାପରେ ଅଭିଭାଷଣ ରଖିଥିଲେ ମୋହିତ ପଟେଲ, ଅମିତାଭ ପଟ୍ଟନାୟକ, ସନ୍ତୋଷ ବିଶ୍ୱାଳ ଓ ମକରଧ୍ୱଜ ପାଇକରାୟ ।ସଂଗଠନ ଉପରେ ଆଲୋଚନା କରାଯାଇଥିଲା, ଏହି ଅବସରରେ ବୀମା ସକ୍ଷୀ,ଅଭିକର୍ତ୍ତା ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ।