March 10, 2026

ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ…

jhgj
Share

ବୁଗୁଡ଼ା : : ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଅଧ୍ଯକ୍ଷ କୈଳାସ ଚନ୍ଦ୍ର ସେନାପତିଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାଧ୍ଯାପକ କିଶୋର ଚନ୍ଦ୍ର ପଣ୍ଡା , ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରଧାନ ଓ ଅଧ୍ୟାପିକା ସ୍ମିତାରାଣୀ ସାହୁ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ଗ୍ରହଣର ଉପାଦେୟତା ଓ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଯୋଜିକା ସୁଜାତା କୁମାରୀ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରରେ ବିଦ୍ୟାଳୟର ତିନି ଶହରୁ ଉର୍ଦ୍ଧ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।