November 21, 2024

ଗଜପତି:- ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଜଗନ୍ନାଥ ସଂସ୍କୃତି ଓ ଲୋକ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ …

Share

ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର’ରେ “ବିଶ୍ବ ଓଡିଆ ଭାଷା ସମ୍ମିଳନୀ” ଆନୁକୂଲ୍ୟ’ରେ “ଜଗନ୍ନାଥ ସଂସ୍କୃତି ଓ ଲୋକ ସଂସ୍କୃତି” ଶିର୍ଷକ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟ’ର ଅଧ୍ୟକ୍ଷା ଡଃ ରୀନା ସାହୁ’ଙ୍କ ସଭାପତିତ୍ବ’ରେ ଅନୁଷ୍ଠିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ’ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ବିଭାଗ) ଶ୍ରୀ ବୀରେନ୍ଦ୍ର କୁମାର ଦାସ , ମୁଖ୍ୟଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି’ର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ । ଜଗନ୍ନାଥ ସଂସ୍କୃତି ଆଧାରିତ ବିଭିନ୍ନ କିମ୍ବଦନ୍ତୀ ଓ କାହାଣୀ’କୁ , ଉପଦେଶ ଛଳରେ କହି ପିଲା’ଙ୍କୁ ସ୍ଥିତପ୍ରଜ୍ଞ , ସାହସୀ ଓ କର୍ମ-କୁଶଳୀ ହେବା ପାଇଁ ପ୍ରରୋଚନା ଦେଇଥିଲେ ଏବଂ ଆଜି’ର ଦିନ’ଟି ” ଜାତୀୟ ମତଦାତା ଦିବସ” ହୋଇଥିବା ଯୋଗୁଁ ଛାତ୍ରୀ ମାନଙ୍କୁ ଗଣତାନ୍ତ୍ରିକ ଅଧିକାର ଉପରେ ମଧ୍ୟ ସଚେତନ କରାଇଥିଲେ।
ସେହିପରି ଅନୁଷ୍ଠାନ’ର ଅଧ୍ୟକ୍ଷା ଡଃ ରୀନା ସାହୁ ଜଗନ୍ନାଥ ସଂସ୍କୃତି’କୁ ନେଇ ରଚିତ ସାହିତ୍ୟକୃତୀ ଗୁଡିକ’ର ଅନୁଶୀଳନ ପୂର୍ବକ ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ , ପରୋପକାରୀ , ଅହଂଶୂନ୍ୟ ହେଲେ ଜଣେ ଲକ୍ଷାଭିମୁଖୀ ହୋଇପାରିବ ବୋଲି କହିଥିଲେ।
ଆଜି’ର ଏହି କାର୍ଯ୍ୟକ୍ରମ’ର ଆକର୍ଷଣୀୟ ବିଷୟ ଥିଲା ଜଣେ ଭିନ୍ନକ୍ଷମ ମେଧାବୀ ଛାତ୍ରୀ ଦୀପ୍ତିରାଣୀ ମଲ୍ଲିକ । ଦୀପ୍ତିରାଣୀ ମଲ୍ଲିକ’କୁ ମଞ୍ଚାସୀନ ଅତିଥି ବୃନ୍ଦ ତାଙ୍କ ବସିବା ସ୍ଥାନ’କୁ ଆସି ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଜଗନ୍ନାଥ ସଂସ୍କୃତି’ର ଏହା ହିଁ ମହିମା ।
ଆଲୋଚନା ଚକ୍ର’ର ପ୍ରାରମ୍ଭ’ରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ , “ନୂଆ-ଓ” କାର୍ଯ୍ୟକ୍ରମ’ର ନୋଡାଲ୍ ଅଫିସର ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ପ୍ରାରମ୍ଭିକ ସମ୍ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ପୂର୍ବ’ରୁ ଅନୁଷ୍ଠିତ ହୋଇ ଯାଇଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି’ଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମ’କୁ ମହାବିଦ୍ୟାଳୟ’ର ସମସ୍ତ ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ବୃନ୍ଦ ଏବଂ ଛାତ୍ରୀମାନେ ପରିଚାଳନା’ରେ ସହଯୋଗ କରିଥିଲେ ଏବଂ କାର୍ଯ୍ୟକ୍ରମ’ଟି ସମ୍ପୂର୍ଣ ଭାବେ ସଫଳ ହୋଇଥିଲା ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-