March 10, 2026

ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ ସଚେତନା ଶିବିର…

htfy
Share


ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ରା,ଉଦୟଗିରି ବ୍ଲକ୍ ର ମହେନ୍ଦ୍ରଗଡ଼ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶିବିରରେ ସ୍ଥାନୀୟ ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ ।ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ କୁମୁଦିନି ଗମାଙ୍ଗ, ନୋଡ଼ାଲ ଅଫିସର ତଥା ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ,ଏପିଓ ସାର୍,ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ର ସୁପରଭାଈଜର ଆଲେମି ରାଇକା ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ମୁଖ୍ୟ ଆଲୋଚ୍ୟ ବିଷୟ ହେଲା ମାନ୍ୟବର ଓଡିଶା ସରକାରଙ୍କ ଲୋକାଭିମୁଖୀ ଜନହୀତକାର ଯୋଜନା ମାନ ଜନସାଧାରଣ ଙ୍କ ଯେପରି ମୌଳିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ଯଥା ମମତା ଯୋଜନା, ସାମାଜିକ ସୁରକ୍ଷା, କାଳିଆ ଯୋଜନା, ସ୍ୱାସ୍ଥ୍ୟ ସୁରକ୍ଷା, ଭତ୍ତା,ରାଶନ କାଡ଼,ଜନ୍ମଗ୍ରହଣ ଠାରୁ ମରଣ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ମାନ ଅଛି ଜନସାଧାରଣ ଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ରା,ଉଦୟଗିରି ରୁ ମୁକେଶ ପ୍ରଧାନ ଙ୍କ ରିପୋର୍ଟ