March 10, 2026

ଜଳସମ୍ପଦ ବିଭାଗ ତରଫରୁ ପାଣିପାଞ୍ଚାୟତ ପକ୍ଷ ପାଳନ…

iuh8i
Share


ତିର୍ତ୍ତୋଲ ,ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ତରଫରୁ ମଣିଜଙ୍ଗା ଜଳସେଚନ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପାଣିପାଞ୍ଚାୟତ ପକ୍ଷ ଇଂ ରାଜେଶ କୁମାର ମହାନ୍ତି ଅଧିକ୍ଷଣ ଯନ୍ତ୍ରୀ ମହାନଦୀ ଦକ୍ଷିଣ ବିଭାଜନ ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି, ଏହି ଅବସରରେ ଅତିଥିମାନେ କୃଷି କୃଷକ ଙ୍କ ଉନ୍ନତି ଓ ବିକାଶ ଉପରେ ଆଲୋକପାତ କରିଥିଲେ, ପାଣିପାଞ୍ଚାୟତ ଦ୍ୱାରା ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ଉପରେ ବକ୍ତାମାନେ ଗୁରୁତ୍ୱ ଆରୋପ କରିଥିଲେ, ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜୀତ ରାଉତ, ମୁଖ୍ୟ ବକ୍ତା ଭାବେ କୃଷି ବିଜ୍ଞାନ କେନ୍ଦ୍ର ନିମକଣା ର ବୈଜ୍ଞାନିକ ଜୀବନ୍ଯ୍ୟୋତି ସେନ, ସମ୍ମାନିତ ଅତିଥି ଭାବେ କୃଷି ଅଧିକାରୀ ତିର୍ତ୍ତୋଲ ପୁର୍ନେନ୍ଦୁ ଆଚାର୍ଯ୍ୟ ଯୋଗଦେଇ ଉପସ୍ଥିତ ପାଣିପାଞ୍ଚାୟତ ତଥା ଚାଷୀ ମାନଙ୍କୁ ଉଦବୋଧନ ଦେଇଥିଲେ, ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ଜିଲ୍ଲା ର ଶ୍ରେଷ୍ଠ ପାଣି ପଂଚାୟତ ଭାବେ ଗୋବିନ୍ଦପୁର ପାଣି ପଂଚାୟତ ଓ ଜିଲ୍ଲାର ଷୋହଳ ଜଣ ଶ୍ରେଷ୍ଠ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା,ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା, ଏହି ଉତ୍ସବରେ ଶତାଧିକ ଚାଷୀମାନେ ଯୋଗ ଦେବା ସହିତ ଚାଷୀ ପ୍ରତିନିଧି ମାନେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପିତ କରିଥିଲେ, ଏହି ଉପଲକ୍ଷେ ଇଂ ପ୍ରଦୀପ କୁମାର ନାୟକ ଅଧିକ୍ଷଣ ଯନ୍ତ୍ରୀ ଜଗତସିଂହପୁର ସ୍ୱାଗତ ଭାଷଣ ଓ ଇଂ ନରେନ୍ଦ୍ରନାଥ ଜେନା ଅତିରିକ୍ତ ନିର୍ବାହୀଯନ୍ତ୍ରୀ ସମା ଗୋଳ ଧନ୍ୟବାଦ ଅର୍ପଣ କରିଥିଲେ, ଉପସ୍ଥାପକ ଅମର ଜ୍ୟୋତି ସାହୁ ମଞ୍ଚ ପରିଚାଳନା କରିଥିଲେ,ଏହି ସମସ୍ତ କାର୍ଯ୍ୟକ୍ରମ କୁ ଇଂ ପୂର୍ଣଚନ୍ଦ୍ର ସ୍ୱାଇଁ ନିର୍ବାହୀ ଅଧିକାରୀ ପରିଚାଳନା କରିଥିବାବେଳେ ମଣିଜଙ୍ଗା ଓ ସମାଗୋଳ ସବଡିଭିଜନ ର ସମସ୍ତ ସହକାରୀଯନ୍ତ୍ରୀ ସହଯୋଗ କରିଥିଲେ।
(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ଉପାନ୍ତ ଖବର )