April 24, 2026

ବୁଗୁଡ଼ା ଓ ବାଲିପଦର କଲେଜରେ ଜାତୀୟ ମତଦାନ ଦିବସ ପାଳିତ

ikhuih
Share

ବୁଗୁଡ଼ା : ତା ୨୫/୦୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି । ଅଧ୍ଯକ୍ଷ ରଜନୀ କାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ଯାପକ ପ୍ରଦୀପ କୁମାର ଦାଶ, ସଞ୍ଜୟ କୁମାର ପ୍ରଧାନ ଓ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଅତିଥି ଭାବେ ଯୋଗ ଦେଇ ମତଦାନ ଅଧିକାରକୁ ସାବ୍ଯସ୍ତ କରିବା ଦିଗରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ଏ ଅବସରରେ ବିଭାଗୀୟ ଅଧ୍ୟାପକ ବିନୋଦ କୁମାର କର ସମ୍ବିଧାନର ପ୍ରସ୍ତାବନାଟିକୁ ପାଠ କରିଥିବା ବେଳେ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ମତଦାନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଅଧ୍ଯାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପକ୍ଷରୁ ଅଧ୍ଯକ୍ଷ ବିବେକାନନ୍ଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ୧୩ତମ ଜାତୀୟ ମତଦାନ ଦିବସ ପାଳନ ଅବସରରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଗୋପୀନାଥ ମହାନ୍ତି ମତଦାନ ଆମର ସାମ୍ବିଧାନିକ ଦାୟିତ୍ବ ହେତୁ ଏଥି ପ୍ରତି ଗୁରୁତ୍ବ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଥିଲେ । ପରିଶେଷରେ ଅଧ୍ଯାପକ ଏ.ଜିତେଶ ରାଓ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed