୧୬ତମ ଇଣ୍ଟର ଜାଭିରିଆନ ବିଜ୍ଞାନମେଳା ୨୦୨୫-୨୬ ଅନୁଷ୍ଠିତ

ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବେଣ୍ଟପୁର କଲେଜଛକ ନିକଟସ୍ଥ ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ରାଜ୍ୟସ୍ତରୀୟ ଇଣ୍ଟର ଜାଭିରିଆନ ବିଜ୍ଞାନମେଳା ୨୦୨୫ – ୨୬ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ଚେୟାରମ୍ୟାନ ସସ୍ମିତା ସାହୁଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟର କୋଡିଏରୁ ଉର୍ଦ୍ଧ ଜାଭିଅର ବିଦ୍ୟାଳୟ ର ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଜ୍ଞାନମେଳା ରେ ଅଂଶଗ୍ରହଣ କରିଥିଲେ l ଏହି ବିଜ୍ଞାନମେଳା କୁ ମୁଖ୍ୟ ଅତିଥିଭାବେ ଶ୍ରୀଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ଅଶୋକ କୁମାର ପ୍ରଧାନଙ୍କ ସହିତ ଗ୍ରୁପର ଚେୟାରମ୍ୟାନ ଡ଼କ୍ଟର ପ୍ରଭାତ କୁମାର ମିଶ୍ର ଏବଂ ସମ୍ମାନିତ ଅତିଥିଭାବେ ସମସ୍ତ ବିଦ୍ୟାଳୟ ର ନିର୍ଦେଶକମାନେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପ ପ୍ରଦାନ କରି ଫିତାକାଟି ବିଜ୍ଞାନମେଳାକୁ ଉଦଘାଟନ କରି ଜଜ ମାନଙ୍କ ସହିତ ବୁଲି ପ୍ରକଳ୍ପ ପରିଦର୍ଶନ କରିଥିଲେ l କମ ବୟସ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏତେ ସୁନ୍ଦର ପ୍ରକଳ୍ପ ଦେଖି ଜଜ, ଅତିଥି ଏବଂ ଅଭିଭାବକମାନେ କହିଥିଲେ ଯେ ଏହି ବିଜ୍ଞାନମେଳା ରୁ ଅଧିକାଂଶ ଛାତ୍ରଛାତ୍ରୀ ନିଶ୍ଚିତ ବୈଜ୍ଞାନିକ ହେବେ ବୋଲି ମତପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାପାଇଁ ସମସ୍ତ ବିଦ୍ୟାଳୟ ର ପ୍ରିନ୍ସିପାଲ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଏବଂ କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
