September 21, 2024

ମୋହନା ସାମ୍ବାଦିକ ସଂଘର ବନ୍ଧୁ ମିଳନ କାର୍ଯ୍ୟ ….

Share


ଗଜପତି ଜିଲ୍ଲା ମୋହନା ବ୍ଲକରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବନ୍ଧୁମିଳନ କାର୍ଯ୍ୟ ସ୍ଥାନୀୟ ହରଭଙ୍ଗି ନଦୀ ତଟରେ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏବଂ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଏସ.ଆଇ.ଜୟକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନଙ୍କୁ ସଂଘ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅତିଥି ମାନେ ବନ୍ଧୁ ମିଳନ ରେ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ। ସଂଘର ସଭାପତି ପଞ୍ଚାନନ ଦାସ, ଉପ- ସଭାପତି ସିମଞ୍ଚାଳ ପୂଜାରୀ, ସମ୍ପାଦକ ସୁମନ ପଟ୍ଟନାୟକ, ସହ-ସମ୍ପାଦକ ଅଂଶୁମାନ ପଣ୍ଡା, କୋଷାଧ୍ୟକ୍ଷ ପିଣ୍ଟୁ ପ୍ରଧାନ ଙ୍କ ସମେତ ମନ୍ମ୍ମଥ ମିଶ୍ର, ବାଦଲ ବେହେରା, ବର୍ଷାରାଣୀ ମହାଙ୍କୁଡ, ବିମଳ କୁମାର ନାୟକ, ମୋଜେସ ରଇତ, ଦୁର୍ଯ୍ୟଧନ କରଡ଼ା, ବାବୁଲା ସେଠୀ, ଓମ୍ ପ୍ରସାଦ ରଥ , ମୁକ୍ତିମଣ୍ଡପ ଦଣ୍ଡସେନା, ଏ ଏସ ଆଇ ଏଲ. ଭି. ପ୍ରସାଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।