July 6, 2024

ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଶିକ୍ଷା

Share

ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଶିକ୍ଷା

ଅସ୍ତରଙ୍ଗ ୨୪/୧୧/ ଯୋଗ ଶିକ୍ଷା ଦ୍ୱାରା ମନୁଷ୍ୟର ଶାରିରୀକ ଅକ୍ଷମ ଓ ଅସୁସ୍ଥତା ଦୂର ହେବ ବୋଲି ଯୋଗ ଗୁରୁ ମାନେ ମତପୋଷଣ କରିଛନ୍ତି।ଅସ୍ତରଙ୍ଗ ବ୍ଲକ ରତ୍ନପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅଭିଷେକ ବେହେରା ଯୋଗ ଶିକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ଯୋଗ ସମ୍ପର୍କିତ ଉପାଦେୟତା ଯୋଗ ଶିକ୍ଷା କରୁଥିବା ରୋଗୀ ମାନଙ୍କୁ ଅବଗତ କରୁଛନ୍ତି।ସପ୍ତାହର ପ୍ରତି ସୋମବାର ଓ ଗୁରୁବାର ଦିନ ଯୋଗ ଶିକ୍ଷା କେନ୍ଦ୍ରରେ ଅସ୍ତରଙ୍ଗର ଯୋଗ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ବାରିକ ଶାରୀରିକ ଅସୁସ୍ଥତା ରୋଗୀ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦେଉଛନ୍ତି। ନିୟମିତ ଭାବେ ଯୋଗ ଶିକ୍ଷା ଦ୍ୱାରା ମତିଷ୍କ, ଅଣ୍ଟା, ଆଣ୍ଠୁ, ପେଟ, ଛାତି, ପିଠି ଯନ୍ତ୍ରଣା ଉପଶମ ହେଉଛି ବୋଲି ଯୋଗ ଗୁରୁ ପ୍ରିୟଙ୍କା କହିଛନ୍ତି।ଯୋଗ ଶିକ୍ଷା ଦ୍ୱାରା ସମାଜରେ ଏକ ପ୍ରକାର ଆଧ୍ୟାତ୍ମିକ ଭାବ ସୃଷ୍ଟି ହେବା ସହିତ ମନୁଷ୍ୟ ଶରୀରରେ ଯୋଗ ଶିକ୍ଷାର ଏକ ଉତ୍ତମ ପ୍ରଭାବ ପଡୁଛି ବୋଲି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ସ୍ୱାସ୍ଥ୍ୟ ମେଳାରେ ମତବ୍ୟକ୍ତ କରିଥିଲେ।ଯୋଗ ଶିକ୍ଷା ଦ୍ୱାରା ମାନସିକ ଓ ଶାରୀରିକ ସ୍ତରରେ ବହୁଳ ମାତ୍ରାରେ ଶାରୀରିକ ପରିବର୍ତ୍ତନ ହେଉଥିବା ସାଧାରଣରେ ଦେଖିବାକୁ ମିଳୁଛି।ଯୋଗ ଶିକ୍ଷା କରୁଥିବା ବ୍ୟକ୍ତି ମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ନିୟମିତ ଭାବେ ଯୋଗ କରୁଥିବାରୁ ଶରୀରର ଅନେକ ଯନ୍ତ୍ରଣା ଉପଶମ ହେଉଛି।ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଉପ ସ୍ୱାସ୍ଥ୍ୟକେନ୍ଦ୍ର ବଡଓଲା, କେନ୍ଦ୍ରାପାଟି, ନମାର,ଉପ କେନ୍ଦ୍ରରେ ଗୋସିଙ୍ଗାର ଯୋଗ ଶିକ୍ଷୟତ୍ରୀ ସ୍ମିତା ରାଣୀ ଛାଟୋଇ ଯୋଗ ଶିକ୍ଷା ଦେଉଛନ୍ତି।ସେହିପରି ଝାଡ଼ାଲିଙ୍ଗ, ପାଟଳଦା ନୂଆଗଡ, ଖଣ୍ଡାସାହି କେନ୍ଦ୍ର ଗୁଡିକରେ ନିୟମିତ ଭାବେ ବିଭିନ୍ନ ଯୋଗଗୁରୁ ମାନେ ଜନସାଧାରଣ ମାନଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି।ଏହାକୁ ସ୍ୱାସ୍ଥ୍ୟ କେନ୍ଦ୍ରର ସି ଏଚେ ଓ ମାନେ ତଦାରଖ କରୁଥିବା ଡାକ୍ତର ସଞ୍ଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ସୁଜିତି କୁମାର ମହାନ୍ତି, ଫାର୍ମାସିଷ୍ଟ ଦାଶରଥି ତ୍ରିପାଠୀ, ବିଶ୍ୱନାଥ ଜାନି, ସନ୍ତୋଷ କୁମାର କାଣ୍ଡି, ବିକାଶ କୁମାର ପ୍ରମୁଖ ପ୍ରତ୍ୟେକ ଯୋଗ ଶିକ୍ଷା ଦିନରେ ଉପସ୍ଥିତ ରହି ଯୋଗ ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳୁଛି।ଯୋଗ ଶିକ୍ଷାକୁ ସମାଜରେ ଏକ ନିୟମିତ ଶିକ୍ଷା ଭାବେ ଜନସାଧାରଣ ମାନେ ଗ୍ରହଣ କରୁଥିବା ବେଳେ ଯୋଗ ଶିକ୍ଷା ପ୍ରତି ଆଗ୍ରହ ବଢୁଛି।                                                    ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed