July 6, 2024

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ସ୍କାଉଟ୍ ଏବଂ ଗାଇଡ଼ ଶାଖାର ଦୀକ୍ଷାନ୍ତ ସମାରୋହ।

Share

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ସ୍କାଉଟ୍ ଏବଂ ଗାଇଡ଼ ଶାଖାର ଦୀକ୍ଷାନ୍ତ ସମାରୋହ।

ତା -୨୪/୧୧/୨୩ରିଖ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତ ସ୍କାଉଟ୍ ଏବଂ ଗାଇଡ଼ ଶାଖାର ରୋଭର ଲିଡର ପି ଦୀପକ ରାଓ ଏବଂ ରେଞ୍ଜର୍ ଲିଡର ସ୍ନିଗ୍ଧା ରାଣୀ ଗୌଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଶାଖାର ନୁତନ ସ୍ଵେଛାସେବି ମାନଙ୍କ ଦୀକ୍ଷା ଗ୍ରହଣ ସମାରୋହ ପାଳିତ ହୋଇଯାଇଛି । ପ୍ରଥମେ ସ୍ଵେଛାସେବି ଧ୍ଵଜ ଲିଡର ଆର. ଅଂଶୁମାନ ପତାକା ଉତ୍ତୋଳନ କରିବା ସହ ସମୂହ ପତାକା ଗୀତ ଗାନ କରାଯାଇଥିଲା।କେନ୍ଦୁପଦର ମହାବିଦ୍ୟାଳୟର ରୋଭର ଲିଡର ସୁଶାନ୍ତ କୁମାର ବେହେରା (H.W.B.) ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଵେଚ୍ଛାସେବୀ ମାନଂକୁ ଦୀକ୍ଷା ପ୍ରଦାନ କରିଥିଲେ । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵେଚ୍ଛାସେବୀ ମାନଂକୁ ସ୍କାର୍ପ ଓ କେପ୍ ସହିତ ମିଠା ବଣ୍ଟନ କରି ଉତତ୍ସାହିତ କରିଥିଲେ । ତତ୍ ସହିତ ଉକ୍ତ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ବିଶ୍ୱାଳ, ରୋଭର ଲିଡର ସୁଶାନ୍ତ କୁମାର ଲେଙ୍କା, ଦେବେଶ ଚନ୍ଦ୍ର ମହପାତ୍ର, ମହେଶ୍ଵର ରାଉତ, ଦିପୁ ଭୁୟାଁ, ଗଙ୍ଗାଧର ରଣା, ରୁନିବଲା ତ୍ରିପାଠୀ, ରୁପାଲୀ ବିଷୋୟୀ, ସନ୍ତୋଷୀ ପରିଡା, ପିଙ୍କି ପଲେଇ, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣୀ ବିଶ୍ୱାଳ, ବାଳରାମ ଗୌଡ଼, ମହେଶ୍ଵର ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ ।                      ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed