March 13, 2026

ପାରଳାଖେମୁଣ୍ଡି ଉପକଣ୍ଠ ରଣିପେଣ୍ଠା ଗ୍ରାମ ଠାରେ କେନ୍ଦ୍ର ସରକାରଙ୍କ “ବିକଶିତ ଭାରତ ସଂକଳ୍ପ ଯାତ୍ରା” ଅନୁଷ୍ଠିତ

IMG-20231124-WA0017
Share

ପାରଳାଖେମୁଣ୍ଡି ଉପକଣ୍ଠ ରଣିପେଣ୍ଠା ଗ୍ରାମ ଠାରେ କେନ୍ଦ୍ର ସରକାରଙ୍କ “ବିକଶିତ ଭାରତ ସଂକଳ୍ପ ଯାତ୍ରା” ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୪/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରସ୍ତୁତ “ବିକଶିତ ଭାରତ ସଙ୍କଳ୍ପ ଯାତ୍ରା” ରାଣିପେଟା ଗ୍ରାମ ପଞ୍ଚାୟତରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ନୀଳମାଧବ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ କୁମାର ପଣ୍ଡା, ଡିପିଏମ ଶ୍ରୀ ତିମନ ବାରା ଓ ସରପଞ୍ଚ ଶ୍ରୀମତି ପିନ୍ନିଣ୍ଟି ଅରୁଣା ପ୍ରମୁଖ ମଞ୍ଚାସୀନ ହୋଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପୂର୍ବରୁ “ଆମ ସଂକଳ୍ପ ବିକଶିତ ଭାରତ” ରଥକୁ ମୂଖ୍ୟ ରାସ୍ତାଠାରୁ ବହୁ ଆଡମ୍ବର ସହକାରେ ସ୍ୱାଗତ କରାଯିବା ସହ ସଭାସ୍ଥଳକୁ ଅଣାଯାଇଥିଲା। ପରେ ସଭାସ୍ଥଳରେ ଟିଭି ମାଧ୍ୟମରେ ସମସ୍ତ ଯୋଜନା ବାବଦରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ତିନି ମାସ ମଧ୍ୟରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ କରିଥିବାରୁ ବାତଭା ରାମାରାଓଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଅଗ୍ରଣୀ କୃଷକ ଶ୍ରୀ ଆଈ ସେନ୍ଚି ରାଓ,ଅଗ୍ରଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସନ୍ତୋଷି ମହିଳା ମଣ୍ଡଳ, ମମତା ଯୋଜନାରେ ଉପକୃତ କମଳା ପାଶୁପୁରେଡି ଓ ହାଇସ୍କୁଲ ଛାତ୍ରୀ ସୁରଭି ମଲ୍ଲିକ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର କୁମାର ରଥ, ଶ୍ରୀ ଭଗବାନ ନାୟକ, ଶ୍ରୀ ସନ୍ତୋଷ କୁମାର ବାହାଦୂର ପ୍ରମୁଖ ପରିଚାଳନା କରିଥିଲେ।