July 6, 2024

ସମାଜସେବୀ ଝାନ୍ସୀରାଣୀ ଦାସଙ୍କ ଦ୍ବାରା ନାରୀ ପ୍ରଗତିର ଶକ୍ତି ପ୍ରଦର୍ଶନ

Share

 

ଆନନ୍ଦପୁର, ଆନନ୍ଦପୁର ବଡ଼ଦାଣ୍ଡ ଠାରେ ୨୨ ତାରିଖ ବୁଧବାର ଦିନ ସମାଜସେବୀ ଝାନ୍ସୀରାଣୀ ନାରୀ ପ୍ରଗତିର ଶକ୍ତି ପ୍ରଦର୍ଶନ କରିଥିବାର ଦେଖାଯାଇଛି । ସୂଚନାଯୋଗ୍ୟ ଝାନ୍ସୀରାଣୀ ଆନନ୍ଦପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଧ୍ଯୁସିତ ଅଂଚଳ ଠାରୁ ଆରମ୍ଭ କରି ଗ୍ରାମ ଓ ସହରରେ ଲୋକମାନଙ୍କର ସମସ୍ୟାକୁ ନେଇ କାର୍ଯ୍ୟ କରିଆସୁଥିବା ବେଳେ ନିର୍ବାଚନ ମଣ୍ଡଳିରେ ନିଜର ଦକ୍ଷତା ପ୍ରତିପାଦିତ କରିବା ଲକ୍ଷ୍ୟରେ ବୁଧବାର ଦିନ ବ୍ରିଜଛକ ଠାରୁ ହଜାର ହଜାର ମହିଳା ଏକ ଶୋଭାଯାତ୍ରାରେ ବାହାରି ନାରୀ ଶକ୍ତି ଆଣିବ ପ୍ରଗତି, ନାରୀ ଶକ୍ତି ଆନନ୍ଦପୁରର ଉନ୍ନତି, ଝାନ୍ସୀ ଅପା ଆମର ଦରକାର, ଶ୍ଳୋଗାନମାନ ଦେଇ ବଡ଼ଦାଣ୍ଡରେ ପହଂଚିଥିଲେ। ଏହି ଅବସରରେ ବଡ଼ଦାଣ୍ଡ ଠାରେ ଝାନ୍ସୀରାଣୀଙ୍କ ସଂଯୋଜନାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଜେଡ଼ିର ବରିଷ୍ଠ କାର୍ଯ୍ୟକର୍ତ୍ତା ଦାଶରଥ ପଣ୍ଡା, ବିରଂଚି ମହାପାତ୍ର ଓ ପୂର୍ବତନ ପୌରାଧ୍ୟକ୍ଷ ପ୍ରମୋଦ ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଝାନ୍ସୀରାଣୀ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ପ୍ରଗତିରେ ସର୍ବଦା କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିବା ବେଳେ ନାରୀମାନେ ହିଁ ପ୍ରଗତିର ମୁଖ୍ୟ କର୍ଣ୍ଣଧାର ବୋଲି ପ୍ରକାଶ କରିଥିଲେ । ଆନନ୍ଦପୁର ବିଧାୟକ ନିର୍ବାଚନ ମଣ୍ଡଳିରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନକରିବା, ନେତା ଓ କର୍ମୀମାନଙ୍କୁ ଅଣଦେଖା କରିବା ନେଇ ନିର୍ବାଚନ ମଣ୍ଡଳିରେ ବହୁ ନେତା ଖୋଲାଖୋଲି ଅସହଯୋଗ କରୁଥିବା ବେଳେ ବର୍ତ୍ତମାନ ବିଜେଡ଼ି ପକ୍ଷରୁ ନୂତନ ପ୍ରାର୍ଥୀଙ୍କୁ ଟିକେଟ ଦେବାପାଇଁ କର୍ମୀମାନଙ୍କ ମଧ୍ୟରେ ଦାବି ହେଉଛି । ଝାନ୍ସୀରାଣୀ ବିଜେଡ଼ିର ଆଶାୟୀ ପ୍ରାର୍ଥୀନୀ ଥିବାର ସାଧାରଣରେ ଆଲୋଚନା ଜୋର ଧରିଛି ।

ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ଆନନ୍ଦପୁର ରୁ

You may have missed