October 5, 2024

ଭୀମପଡ଼ା ଟାଙ୍ଗୀସାହି ରେ ନିଆରା ଅଷ୍ଟପ୍ରହରୀ ନାମ ସଂକ୍ରିର୍ତ୍ତନ ଅନୁଷ୍ଠିତ।

Share

ଭୀମପଡ଼ା ଟାଙ୍ଗୀସାହି ରେ ନିଆରା ଅଷ୍ଟପ୍ରହରୀ ନାମ ସଂକ୍ରିର୍ତ୍ତନ ଅନୁଷ୍ଠିତ।


ବୋଲଗଡ଼,୨୪/୧୧(ଉପାନ୍ତ ଓଡିଶା): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଫାସିଓଦା ପଞ୍ଚାୟତ ଟାଙ୍ଗୀସାହି ଏବଂ ଭୀମପଡ଼ା ଗ୍ରାମରେ ପାରମ୍ପରିକ ଅଷ୍ଟପ୍ରହରୀ ନାମ ସଂକ୍ରିର୍ତ୍ତନ ଅନୁଷ୍ଠିତ ହୋଇଯାଇଛି l ଓଡିଶାରେ ଵାରମାସରେ ତେର ପର୍ବ ପାଳିତ ହୋଇଥାଏ ସେହିପରି ଧାର୍ମିକ କାର୍ତ୍ତିକ ମାସର ପର୍ବ ପର୍ବାଣି ଅନନ୍ୟ l କାର୍ତ୍ତିକ ମାସରେ ଓଡ଼ିଶାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କାର୍ତ୍ତିକ ମାସରେ ହବିଷ୍ୟାଳି ମାନେ ସକାଳୁ ସ୍ନାନ କରି ମନ୍ଦିର ମାନଙ୍କରେ ନାମ ସଂକ୍ରିର୍ତ୍ତନ କରି ଧୂମଧାମରେ ଏହି ପର୍ବ କୁ ପାଳନ କରିଥାନ୍ତି l ସେହିପରି ଟାଙ୍ଗୀସାହି ଗୋଟିଏ ଗ୍ରାମରେ ତିନୋଟି ଜାଗାରେ ଅଷ୍ଟପ୍ରହରୀ ନାମ ସଂକ୍ରିର୍ତ୍ତନ କରୁଥିବା ବେଳେ ଭୀମପଡା ଗ୍ରାମରେ ମଧ୍ୟ କାହିଁ କେଉଁ ପ୍ରାଚୀନ କାଳରୁ କାର୍ତ୍ତିକ ମାସର ଏକାଦଶୀ ଦିନ ଅଷ୍ଟପ୍ରହରୀ ନାମ ସଂକ୍ରିର୍ତ୍ତନ ପାଳନ କରିଆସୁଛନ୍ତି l ଦଶମୀ ଦିନ ଅଧିବାସୀ ଆରମ୍ଭ କରି ଏକାଦଶୀ ଦିନ ଘୋର ନାମ ସଂକ୍ରିର୍ତ୍ତନ କରି ଦ୍ୱାଦଶୀ ଦିନ ନଗର ଭ୍ରମଣ କରି ନଗର ମହୋତ୍ସବ କରି ଶେଷକରିଥାନ୍ତି l ଏହି ଅବସରରେ ଏକାଦଶୀ ପୂର୍ବ ଦିନଠାରୁ ଲାଇଟ, ପୁଷ୍ପ, ଏବଂ ବିଭିନ୍ନ ପ୍ରକାର ମେଢ଼ ଦ୍ୱାରା ସାଜସଜା କରିଥାନ୍ତି l ଏହି ଅଷ୍ଟପ୍ରହରୀ ରେ ଆଖପାଖ ଅଞ୍ଚଳରୁ ଅନେକ ନଦିଆ ମେଳ ଆସି ନାମ ସଂକ୍ରିର୍ତ୍ତନ କରିଥହାନ୍ତି l ଏହି ଅଷ୍ଟପ୍ରହରୀ ଦେଖିବାକୁ ଆଖପାଖ ଗ୍ରାମରୁ ବହୁ ଲୋକ ସମାଗମ ହୋଇଥିବାର ଦେଖିବାକୁ ମିଳିଛି l ନାମ ସଂକ୍ରିର୍ତ୍ତନ ଦେଖିବା ସହିତ କୁଞ୍ଜବନ ଵାଟିକା ବେଶ ଲୋକ ମାନଙ୍କୁ ଆକୃଷ୍ଟ କରିଥାଏ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।