April 30, 2026

ରାୟଗଡା ବ୍ଳକ ସ୍ତରୀୟ ସୁରଭି ଅନୁଷ୍ଠିତ       …           

IMG-20251024-WA0065
Share

ରାୟଗଡ଼ା-୨୪/୧୦-ରାୟଗଡ଼ା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶୁକ୍ରବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ରାୟଗଡା ବିଡିଓ ସୁଜିତ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନମିତା ପଧାନ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଭୋଇ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବଳରାମ ହୁଇକା, ଛବିଲାଲ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ ।

ଜୁନିୟର, ସିନିୟର ଓ ସୁପର ସିନିୟର ଏଭଳି ତିନୋଟି ବର୍ଗର ୩୨ ଗୋଟି ପ୍ରତିଯୋଗିତାରେ ସତର ଗୋଟି କ୍ଲଷ୍ଟରରୁ ଚାରିଶହ ଅଶି ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଉଦଯାପନୀ ସମାରୋହରେ ରାୟଗଡର ମାନ୍ୟବର ବିଧାୟକ ଆପାଲାସ୍ବାମୀ କାଡ୍ରାକା ମୁଖ୍ଯ ଅତିଥିରୂପେ ଯୋଗଦେଇ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟତମ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନୀ ହୁଇକା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ଏଡିଇଓ ଭଜନଲାଲ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଶିଶୁଙ୍କ ନିକଟରେ ଅନେକ ସମ୍ଭାବନା ପୁରି ରହିଛି। ଉତ୍କୃଷ୍ଟ ପରିବେଶ ପାଇଲେ ସେମାନେ ପ୍ରତିଷ୍ଠିତ ହୋଇ ବିକଶିତ ହେବେ ବୋଲି ବିଧାୟକ ଶ୍ରୀ କାଡ୍ରାକା କହିଥିଲେ, ଜିଲ୍ଲା ଓ ରାଜ୍ୟସ୍ତରରେ ମହକିତ ହେବାର ଆଶା ପୋଷଣ କରିଥିଲେ ।

ଶିକ୍ଷା ସହିତ ଶିଶୁମାନଙ୍କ ମଧ୍ଯରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ନିମନ୍ତେ ସୁରଭି ଏକ ଉତ୍କୃଷ୍ଟ ମଞ୍ଚ ବୋଲି ଅତିଥିବୃନ୍ଦ କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରଭି ମଞ୍ଚ ଦୁଲୁକି ଉଠିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ସଭିଏଁ ଉପଭୋଗ କରିଥିଲେ । ଅତିଥିବୃନ୍ଦ ମଧ୍ଯ ପିଲାଙ୍କ ତାଳେ ତାଳେ ନାଚି ଉଠିଥିଲେ । ସସ୍ମିତା ମିଶ୍ର ଓ ଶ୍ରୀଧର ପଟ୍ଟନାୟକ ସଂଯୋଜନା କରିଥିଲେ । ସମସ୍ତ ସିଆରସିସି , ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ ।