ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଭେଟି ନ ପାରୀ ଫେରିଲେ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ କୟନ l
ରାୟଗଡା : ରାୟଗଡା ଜିଲ୍ଲାପାଳଙ୍କୁ ଭେଟିବା ନିମନ୍ତେ ଚନ୍ଦ୍ରପୁର ବ୍ଲକ ଅଧକ୍ଷ କୟନ କିମ୍ବାକା ରାୟଗଡା ଆସି ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରିପାରିନଥିବା ଜଣାପଡିଛି l ସୂଚନା ଯୋଗ୍ୟଯେ ଗତ ଦୁଇ ଦିନ ତଳେ ଚନ୍ଦ୍ରପୁର ବ୍ଳକ୍ ଅଧ୍ୟକ୍ଷ ଶ୍ରୀ କୋଇନା କିମ୍ବାକା ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଭେଟିବା ସହ ବିଭିନ୍ନ ସମସ୍ୟାର ସମାଧାନ କରିବା ନେଇ ଆଲୋଚନା କରିବାକୁ ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ ତାଙ୍କୁ ଜିଲ୍ଲାପାଳଙ୍କ ସହ ମିଶିବାକୁ ଦିଆନଯିବା ନେଇ ଅଭିଯୋଗ କରି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କିମ୍ୱାକା ଯେତେ ବେଳେ ଜିଲ୍ଲାପାଳଙ୍କ କକ୍ଷ ସମ୍ମୁଖକୁ ଯାଇ ସାକ୍ଷାତ ନିମନ୍ତେ ଏକ ସ୍ଲିପ ଦେଇ ନିଜର ପରିଚୟ ରଖିଥିଲେ । ତା ପରେ ଏହି କାର୍ଯ୍ୟାଳୟର ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜିଲ୍ଲାପାଳଙ୍କୁ ବିନା ଦରଖାସ୍ତରେ ମିଶିପାରିବେ ନାହିଁ ବୋଲି କହିଥିବା ପ୍ରକାଶ କରିଛନ୍ତି। ଯଦିଓ ଜଣେ ଲୋକ ପ୍ରତିନିଧିଙ୍କୁ ଏଭଳି ବ୍ୟବହାର କରାଯାଉଛି ତାହାଲେ ସାଧାରଣ ଜନତାଙ୍କ ପାଇଁ ବ୍ୟବସ୍ଥା କିଭଳି ରହିଥିବା ଏହା ଖୁବ୍ ଅନୁମେୟ ବୋଲି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ କିମ୍ବାକା ଦୁଃଖ ପ୍ରକାଶ କରିଥିଲେ। ୧୨୦ କିମି ଅତିକ୍ରମ କରି ଜିଲ୍ଲାପାଳଙ୍କୁ ଭେଟି ଚନ୍ଦ୍ରପୁର ବ୍ଲକର ସମସ୍ୟା ଉପରେ ଆଲୋଚନା କରି ସମାଧାନ କରିବା ପାଇଁ ଆମେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲୁ କିନ୍ତୁ ଆମକୁ ଭେଟିବାକୁ ଦିଆଗଲା ନାହିଁ ବୋଲି ପ୍ରକାଶ କରିଛନ୍ତି । ଶ୍ରୀ କୟନ ପୂର୍ବରୁ ଜ଼ିଲ୍ଲାପାଳ ଙ୍କ ଷ୍ଟେନୋ ଙ୍କ ସହିତ କଥା ହୋଇ ଜ଼ିଲ୍ଲାପାଳ ଙ୍କୁ ଭେଟିବା ନିମନ୍ତେ କଥା ହୋଇଥିଲେ ଓ ଷ୍ଟେନୋ ଜ଼ିଲ୍ଲାପାଳ ଙ୍କୁ ମିଶିବା ନିମନ୍ତେ କହିବାରୁ ମୁଁ ରାୟଗଡା ଆସିଥିଲି ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରି ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପାଇଁ ବୋଲି କୟନ କହିଛନ୍ତି lଏ ନେଇ ଆମ ଯେତେବେଳେ ରାୟଗଡ଼ା ଜିଲ୍ଲାପାଳ ପାରୂଲ୍ ପଟୱାରିଙ୍କୁ ଯୋଗା ଯୋଗ କରି ଏହି ବିଷୟ ପଚାରିବାରୁ ସେ ଜ଼ିଲ୍ଲାପାଳ ନିଜ ପ୍ରତିକ୍ରିୟା ରେ କହିଲେ ଯେ ଭୁଲ ବୁଝାବଣା ପାଇଁ ଏମିତି ହୋଇଛି ମୁଁ ଅଧକ୍ଷଙ୍କୁ ସାକ୍ଷାତ ପାଇଁ ଡାକିଥିଲେ ବୋଲି l
ଆଶ୍ଚର୍ଯ୍ୟ ର ବିଷୟ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ଏକ ଦୁର୍ଗମ ବ୍ଳକ୍ ହୋଇଥିବା ବେଳେ ଜିଲ୍ଲା ପ୍ରସାଶନ ଏହି ବ୍ଲକ ପାଇଁ ସଦା ସର୍ବଦା ତତ୍ପରତା ଦେଖାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପ ଏହିଭଳି ଦୁର୍ଗମ ବ୍ଲକ ଭଳି ଅଞ୍ଚଳର ଉନ୍ନତିରେ ବାଧା ସୃଷ୍ଟି କରୁନାହିଁ ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ପ୍ରଶ୍ନ ଉଠୁଛି ଜିଲ୍ଲାପାଳଙ୍କ ଏଭଳି କିଛି ନିର୍ଦ୍ଦେଶ ନଥିବା ନିଜେ ଜିଲ୍ଲାପାଳ ଶ୍ରୀମତି ପଟୱାରି କହୁଥିବା ବେଳେ ତାଙ୍କର କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ ଶ୍ରୀ କିମ୍ବାକା ଦୁଃଖ ପ୍ରକାଶ କରିବା ସହ କର୍ମଚାରୀଙ୍କ ଏହିଭଳି କାରସାଦି କୁ ଘୋର ନିନ୍ଦା କରିଛନ୍ତି।
ଏହି ଘଟଣାକୁ ନେଇ ସେ ମୂଖ୍ୟମନ୍ତ୍ରୀ ଓ ମୂଖ୍ୟ ଶାସନ ସଚିବଙ୍କୁ ଲିଖିତ ଅବଗତ କରିବା ସହିତ ଆସନ୍ତା ଜିଲ୍ଲାପରିଷଦ ବୈଠକରେ ଏହି ଘଟଣାକୁ ନେଇ ସ୍ଵର ଉତ୍ତୋଳନ କରିବେ ବୋଲି ଅଧ୍ୟକ୍ଷ ଶ୍ରୀ କିମ୍ବାକା ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ