ରାୟଗଡା ଜ଼ିଲ୍ଲା ଗଠନ ର 32 ବର୍ଷ ଓ ଦେଶ ସ୍ୱାଧୀନ ର 77 ବର୍ଷ ପରେ ମଧ୍ୟ୍ୟ ରାସ୍ତା,ଶିକ୍ଷା ଏବଂ ପାନୀୟ ଜଳ ମୌଳିକ ସୁବିଧାରୁ ବଞ୍ଚିତ ରାଚାମ ବାସୀ ।
ରାୟଗଡା : ରାୟଗଡା ଜ଼ିଲ୍ଲା ଗଠନ ର 32 ବର୍ଷ ଓ ଦେଶ ସ୍ୱାଧୀନ ହେବାର 77 ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ରାସ୍ତା,ଶିକ୍ଷା ଏବଂ ପାନୀୟ ଜଳ ଭଳି ଉତ୍କଟ ସମସ୍ୟା ଭିତରେ ବଞ୍ଚୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ ମଧୁବନ ପଞ୍ଚାୟତ ର ରାଚାମ ଗ୍ରାମ । ଏଠାକାର ଲୋକେ ଏ ଯାଏ ପାଣି, ରାସ୍ତା ଓ ଶିକ୍ଷା ପରି ମୌଳିକ ସୁବିଧାରୁ ବଞ୍ଚିତ । ଗାଁ ଲୋକେ ଝରଣା ପାଣି ପିଇ ଲୋକେ ଶୋଷ ମେଣ୍ଟାଉଛନ୍ତି । ଅନେକ ସମୟରେ ସଂକ୍ରାମକ ରୋଗରେ ଆକ୍ରାନ୍ତ ବି ହେଉଛନ୍ତି । ରାଚାମ ରେ ୩୫ ପରିବାର ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି । ସମସ୍ତ ପରିବାର ଅନୁସୂଚିତ ଜନଜାତି ବର୍ଗର । ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତା ନିର୍ମାଣ ହୋଇନଥିବାରୁ ପାହାଡ଼ିଆ ରାସ୍ତା ଓ ବିଲହିଡ଼ରେ ଲୋକେ ଯାତାୟାତ କରୁଛନ୍ତି । ରୋଗୀଙ୍କୁ ଡାକ୍ତରଖାନା ନେବାପାଇଁ ଗାଁରେ ଆମ୍ବୁଲାନ୍ସ ପହଞ୍ଚିପାରୁ ନାହିଁ ।ପାହାଡିଆ କଚ୍ଛା ରାସ୍ତା ରେ ବାଇକ୍ କିମ୍ବା ଖଟିଆରେ ସାତ କିଲୋମିଟର ବୋହି ରୋଗୀକୁ ଆଣିବା ପରେ ଆମ୍ବୁଲାନ୍ସରେ ଡାକ୍ତରଖାନା କୁ ନିଆଯାଉଛି। ଗ୍ରାମ ବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ନଳକୂପଟିଏ ମଧ୍ୟ ଖୋଳାଯାଇ ନାହିଁ । ଗ୍ରାମବାସୀ ଝରଣା ପାଣି ସଂଗ୍ରହ ବ୍ୟବହାର କରି ଲୋକେ ଅନେକ ସମୟରେ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଖରା ଦିନ ଝରଣା ପାଣି ଶୁଖିଯିବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ।ଶିକ୍ଷା କଥା ନ କହିବା ଭଲ, ସ୍କୁଲ ଅଛି କିନ୍ତୁ ଦୀର୍ଘ ଦିନ ହେଲା ସ୍କୁଲ ଘର ଛାତ ଉଡି ଯାଇଛି ବର୍ତ୍ତମାନ ସୁଦ୍ଧା ମରାମତି କରାଯାଇନାହିଁ, ବାରମ୍ବାର ଅଭିଯୋଗ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ l କୌଣସି ସରକାରୀ କର୍ମଚାରୀ ଙ୍କ ପାଦ ପଡି ନ ଥିବା କହିଛନ୍ତି l ପ୍ରତ୍ୟେକ ଥର ନିର୍ବାଚନ ସମୟରେ ନେତା ମାନେ ଆସନ୍ତି ଆଉ ପ୍ରତିଶୃତି ଦେଇଯାନ୍ତି ହେଲେ ତା ପରେ ଆଉ ସେମାନଙ୍କର ଦେଖା ମିଳେନି । ଜଙ୍ଗଲ ରାସ୍ତା ଦେଇ ବହୁ କଷ୍ଟରେ ୨୩ କିମି ଦୂର ପଞ୍ଚାୟତ କାର୍ଯ୍ୟାଳୟରୁ ପି ଡ଼ି ଏଫ ଚାଉଳ, ଭତ୍ତା,ନୀତି ବ୍ୟବହାର ସାମଗ୍ରୀ ଆଣିବାକୁ ପଡ଼ିଥାଏ । ନିର୍ବାଚନ ଇତିହାସ କୁ ଅବଲୋକନ କରିଲେ ଜଣାପଡିଛି ଯେ 1947 ରୀ 1990 ଓ 1995 ରୀ 2000 ପର୍ଯ୍ୟନ୍ତ କଂଗ୍ରେସ, 1990 ରୀ 1995 ପର୍ଯ୍ୟନ୍ତ ଜନତା ଦଳ ଓ 2000 ରୀ 2024 ପର୍ଯ୍ୟନ୍ତ ବିଜେଡି ଦଳ ସାଶନ କରିଥିଲେ କିଂତୁ ଏହି ସମୟରେ କୌଣସି ମନ୍ତ୍ରୀ କି ବିଧାୟକ ଙ୍କ ପାଦ ଏହି ରାଚାମ ରେ ପୋଡି ନଥିବା ସ୍ଥାନୀୟ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ପ୍ରତି ନିର୍ବାଚନ ରେ ନେତା ଭୋଟ ମାଗିବା ଆସି ସମସ୍ତ ପ୍ରତିଶୃତି ଦେଇ ଯାଆନ୍ତି କିନ୍ତୁ ସମସ୍ୟାର ସମାଧାନ କରନ୍ତି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଅନୁରୋଧ କରିଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ