March 12, 2026

ଗଜପତି ଜିଲ୍ଳାର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ ବିପୁଳ ମଦ ଜବତ, ୭ ଗିରଫ

IMG-20250924-WA0060
Share

 

 

ପାରଳାଖେମୁଣ୍ଡି:(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଅବକାରୀ ବିଭାଗ ଏବଂ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଅଧୀକ୍ଷକ ସ୍ମୃତିକାନ୍ତ ରାଉତଙ୍କ ନେତୃତ୍ବରେ ବିପୁଳ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ମଦ ଚୋରା କାରବାରରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗାରାବନ୍ଧ ଥାନା ଅନ୍ତର୍ଗତ ବଡ଼ହଂସା ଓ ପାରଳାଖେମୁଣ୍ଡି ଥାନାର ଦେବୀତି ଗ୍ରାମରେ ଚଢ଼ଉ କରାଯାଇ ୪୭ ଲିଟର ବିଅର, ୧୯ ଲିଟର ବିଦେଶୀ ମଦ, ୧୨୭ ଲିଟର ଦେଶୀମଦ ଜବତ କରାଯାଇଛି. ବେଆଇନ ଭାବେ ରଖିଥିବା ଅଭିଯୋଗରେ କୃପାସିନ୍ଧୁ ଚୌଧୁରୀ (୫୨), ଭୀଷ୍ମାନନ୍ଦ ପୁରା (୪୨), କେ. ରାମ(୪୦), ସୁଜିତ ନାଗବଂଶ (୩୩), ଜି. ଗୌରୀ ଆମ୍ମା (୫୮), ଏ. ରାମାଲୁ ଆମ୍ମା (୬୦), ଭୂଦେବୀ ନାଗବଂଶ (୫୦)ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ନାରାୟଣ ଜେନା, ଅଜିତ ନାୟକ, ନର୍ମତା ନାହାକ, ଉମାରାଣୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।