April 26, 2026

ଟେଣ୍ଡର ବାତିଲ ନେଇ ଠିକାଦାର ମାନଙ୍କ ସମଲ ବ୍ୟାରେଜ ମୁଖ୍ୟ ଯନ୍ତ୍ରୀଙ୍କୁ ଦାବି ପତ୍ର

IMG-20250924-WA0063
Share

 

( ଅନୁଗୋଳ ରୁ ଅଜିତ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ଖବର)

 

ତାଳଚେର – ୨୪/୦୯:- ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ରେ ଥିବା ଓଡିଶା ସରକାର ଙ୍କ ଜଳ ସମ୍ପଦ ବିଭାଗ ର ସୁପରିଟେଟଡ଼ଣ୍ଟ ଇଞ୍ଜିନିଅର ୩ଟି ଟେଣ୍ଡର କାମକୁ ଅନଲାଇନ ମାଧ୍ୟମରେ ବିଜ୍ଞପ୍ତି ଜାରି କରିଥିଲେ l ଏହି ଟେଣ୍ଡର ତା ୦୫/୦୯/୨୦୨୫ରିଖ ଠାରୁ ୧୫/୦୯/୨୫ତାରିଖ ମଧ୍ୟରେ ଆବେଦନ କରିବାକୁ ନୋଟିସ ଜାରି ହୋଇଥିଲା l ପରବର୍ତୀ ପର୍ଯ୍ୟାୟରେ ଏହାକୁ ତା ୨୨/୦୯/୨୫ ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା l ସମଲ ଅଞ୍ଚଳ ର ଠିକାଦାର ମାନେ ମଧ୍ୟ ଅନଲାଇନ ମାଧ୍ୟମରେ ଆବେଦନ କଲେ ପେପର ଖର୍ଚ୍ଚ, ଶପଥ ପାଠ,( affidafit)form fillup କରି ଖର୍ଚ୍ଚାନ୍ତ ହେଲାପରେ ବ୍ୟାରେଜ କର୍ତ୍ତୃପକ୍ଷ ଜଣାଇଲେ କି, ଟେଣ୍ଡର ବାତିଲ ହେଲା। ଏତେ ଖର୍ଚ୍ଚ କଲାପରେ ଠିକାଦାର ମାନେ କାମ ପାଇବାରୁ ବଂଚିତ ହେବାର ଆଶଙ୍କା କରି ମୁଖ୍ୟ ଯନ୍ତ୍ରୀ ସମଲ କର୍ତ୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇବାକୁ ଆସିଥିଲେ l କିନ୍ତୁ ଦୁଃଖର ବିଷୟ ସମଲ କର୍ତ୍ତ୍ତୃପକ୍ଷଙ୍କ କୌଣସି ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ନ ରହି ଗୁହାରି ଶୁଣିନଥିଲେ lଏଥିନେଇ ଠିକାଦାର ମାନେ ଅସନ୍ତୋଷ ପ୍ରକାଶ କରି ମୁଖ୍ୟ ଯନ୍ତ୍ରୀ ଓ ସମସ୍ତ ଅଧିକାରୀ ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ l ଯଦି ବ୍ୟାରେଜ କର୍ତ୍ତ୍ତୃପକ୍ଷ ଠିକାଦାର ମାନଙ୍କ ଆବେଦନକୁ ଗ୍ରହଣ କରି ସୁସମାଧାନ ନ କରନ୍ତି ଆଗାମୀ ଦିନରେ ଆଇନର ଆଶ୍ରୟ ନେବେ ବୋଲି ଠିକାଦାର ବୃନ୍ଦ ଚେତାବନୀ ଦେଇଛନ୍ତି।