March 11, 2026

ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ ଶତପଥୀଙ୍କ ପରଲୋକରେ ଜିଲ୍ଲା ଭାରୋତ୍ତଳନ ସଂଗଠନ ପକ୍ଷରୁ ଶୋକ

IMG-20250924-WA0054
Share

ବ୍ରହ୍ମପୁର, 24/9 : ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ କୁମାର ଶତପଥୀ (71)ଙ୍କ ସୋମନାଥନଗର 4ର୍ଥ ଲାଇନ୍‌‍ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ଭାରୋତ୍ତଳନ ସଂଗଠନ ସଭାପତି ତଥା ରାଜ୍ୟ ଉପସଭାପତି କୁମୁଦ ଚନ୍ଦ୍ର ସାହୁ, ଉପଦେଷ୍ଟା ତଥା ବରିଷ୍ଠ ସାମ୍ୱାଦିକ ରବି ରଥ, ସମ୍ପାଦକ ଗାଗାରିନ ନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ତାଙ୍କ ବିୟୋଗରେ ଭାରୋତ୍ତଳନ କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଲା ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ନିଜ ଶୃଙ୍ଖଳିତ ଜୀବନଶୈଳୀ ଓ ନିଷ୍ଠାପର ବ୍ୟକ୍ତିତ୍ବକୁ ନେଇ ସେ ସର୍ବଦା କ୍ରୀଡ଼ାବିତ୍‌‍ଙ୍କ ପ୍ରିୟଭାଜନ ରହିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଭାରତକୁ ପ୍ରତିନିଧିତ୍ଵ କରି ସେ ବହୁ ପଦକ ହାସଲ କରିବା ସହ ଭାରୋତ୍ତୋଳନର ବିକାଶ ଓ ସଫଳ କ୍ରୀଡ଼ାବିତ୍‌‍ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ସଫଳ କ୍ରୀଡ଼ାବିତ୍‌‍ ସ୍ଥାନୀୟ ବୀର ହନୁମାନ କ୍ଲବ୍‌‍ରୁ ପ୍ରଶିକ୍ଷଣ ନେଇ ଭାରୋତ୍ତୋଳନ ଆରମ୍ଭ କରିଥିଲେ। ଅବସର ଗ୍ରହଣ କରିବା ପରେ ମଧ୍ୟ କ୍ରୀଡ଼ାବିତ୍‌‍ଙ୍କୁ ପ୍ରଶିକ୍ଷଣ ଦେବାକୁ ନିୟମିତ ଆସୁଥିଲେ ବୋଲି କହିଛନ୍ତି କ୍ଲବ୍‌‍ର ମୁଖ୍ୟ ନାରାୟଣ ସାହୁ। ବିଦ୍ୟାଳୟସ୍ତରରୁ କ୍ରୀଡ଼ା ପ୍ରତି ରହିଥିବା ଦୁର୍ବଳତା ଯୋଗୁଁ ଜଣେ ସଫଳ ଭାରୋତ୍ତୋଳକ ଭାବେ ସୁନାମ ଅର୍ଜନ କରିବା ସହ ଅନେକଙ୍କୁ ଏ ଦିଗରେ ମାର୍ଗଦର୍ଶନ କରାଇଥିବା ତାଙ୍କ ସହଯୋଗୀମାନେ ପ୍ରକାଶ କରିଛନ୍ତି।

 

(କୁମୁଦ ଚନ୍ଦ୍ର ସାହୁ)

ସଭାପତି