April 25, 2026

ସ୍କୁଲ କୁ ପାଠ ପଢ଼ାଇ ନ ଆସି ଶିକ୍ଷକ ଙ୍କ ଦରମା ପାଇଲେ କିପରି ଶିକ୍ଷକଙ୍କୁ ବଦଳି କରିବା ସହ ଜଣେ ଶିକ୍ଷକ ଙ୍କୁ ନିଯୁକ୍ତି ଦେବା ଦାବୀ ରେ ସ୍କୁଲ ପରିଚାଳନା କମିଟୀ । ଅଭିଭାବକ ‘ଛାତ୍ର ଛାତ୍ରୀ ସ୍କୁଲ ଗେଟ ରେ ତାଲା ପକାଇ  ପରୀକ୍ଷା ବର୍ଜନ କରି ଘରକୁ ଫେରିଲେ 

IMG-20250924-WA0053
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ଓ ଜୁନ ମାସ ର ସ୍କୁଲ କୁ ପାଠ ପଢ଼ାଇବା କୁ ଆସୁନଥିବା ଶିକ୍ଷକ ଙ୍କ ଦରମା ବିଲ କିମିତି ହେଲା ଦରମା ବିଲ ପାସ କରିବା କାହାର ହାତ ରହିଛି ଏବଂ ଯେଉଁ ଅନ୍ୟ ଜଣେ ଶିକ୍ଷକ ଙ୍କୁ ସ୍କୁଲକୁ ଦିଆଯାଇଛି ସେହି ଶିକ୍ଷକ କୁଆଡ଼େ ସେ ନିଶା ପାନ କରିବା ରୁ ତଡ଼ା ଖାଇ ଥିବା ଜଣା ପଡ଼ିବା ରୁ ଆଜି ସ୍କୁଲ ଫାଟକ ରେ ସ୍କୁଲ ପରିଚାଳନା କମିଟୀ ସଦସ୍ୟ ସଦସ୍ୟା , ଛାତ୍ରଛାତ୍ରୀ ମାନେ ତାଳା ପକାଇବା ଘଟଣା ଅଞ୍ଚିଲ ରେ ଚର୍ଚ୍ଚାର ବିଷୟ ହୋଇଛି । ଆଜି ଛାତ୍ର ଛାତ୍ରୀ ମାନଙ୍କ ପ୍ରଥମ ଦିନ ପରୀକ୍ଷା ଆରମ୍ଭ ହେବାର ଥିଲା । ଗ୍ରାମବାସୀ ତଥା ଅଭିଭାବକ ମାନେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ମଧ୍ୟ ଏ ବିଷୟ ରେ ଶିକ୍ଷା ଅଧିକାରୀ କର୍ଣପାତ ନଦେବା ରୁ ଶେଷରେ ଏପରି ନିଷ୍ପତ୍ତି ନେଇ ସ୍କୁଲ ଗେଟ ଫାଟକ ରେ ଆଜି ତାଲା ମାରି ପ୍ରଶାସନ ତଥା ଜିଲ୍ଲାପ୍ରଶାସନ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଛନ୍ତି ଗ୍ରାମବାସୀ । ସ୍କୁଲ ପରିଚାଳନା କମିଟୀ ର ସଭାପତି ରମେଶ ବଢ଼େଇ ଓ ମ ପ୍ରକାଶ ପ୍ରଧାନ, ଜେଠୁ ମେହେର, ଅଚ୍ୟୁତା ମେହେର ,ଗଣେଶ ମେହେର ପ୍ରମୁଖ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇ ଥିବା କୁହାଯାଉଛି। ସ୍କୁଲ ରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ଛାତ୍ରଛାତ୍ରୀ ସଂଖ୍ୟା ୨୨୧ Iସ୍କୁଲ ର ମୋଟ ୭ଜଣ ଶିକ୍ଷକ ଙ୍କ ମଧ୍ୟରୁ ଜଣେ ଶିକ୍ଷକ ଜୁନ ମାସରୁ ସ୍କୁଲକୁ ପାଠ ପଢ଼ାଇବାକୁ ଆସୁ ନଥିବା ବେଳେ ଜଣେ ଶିକ୍ଷୟତ୍ରୀ ମେଡିକାଲ ଯାଇଥିବାରୁ ସ୍କୁଲକୁ ଆସୁନାହିଁ | ପୁଣି ଜଣେ ଅନ୍ୟ ଶିକ୍ଷକ ଙ୍କୁ ସ୍କୁଲରେ ରେ ନିଯୁକ୍ତି ଦିଆଯାଇ ଥିବାରୁ ସେହି ଶିକ୍ଷକ ଜଣଙ୍କୁ ଅନ୍ୟତ୍ର ବଦଳି କରି ଅନ୍ୟ ଜଣେ ଶିକ୍ଷକ ଙ୍କୁ ନିଯୁକ୍ତି ଦେବାକୁ ଦୃଢ ଦାବୀ ହୋଇଛି ଦାବୀ ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲ ପାଟକ ରେ ତାଲା ପଡ଼ିଥିବ ବୋଲି ବ୍ଲକ ଶିକ୍ଷାବିଭାଗ କୁ ଚେତେବନୀ ଦେଇ ଥିବା ପରିଚାଳନା କମିବା ସଭାପତି ରମେଶ ବଢେଇ ଙ୍କୁ ପଚରା ଯିବାରୁ କହିଥିଲେ ।ଏ ବିଷୟ ରେ ପ୍ରଧାନଶିକ୍ଷକ ସାରଦା ପ୍ରସାଦ ମିଶ୍ର ଓ ଏ ବି ଓ କାର୍ତ୍ତିକ ବାଗ ଙ୍କ ମୋବାଇଲ ନମ୍ବରରେ ଯୋଗା ଯୋଗ କରିଥିଲେ ମଧ୍ୟ ଫୋନ ନ ଉଠାଇବା ରୁ ତାଙ୍କ ମତାମତ ନିଆଯାଇ ପାରିନଥିଲା | ବ୍ଲକ ଶିକ୍ଷା ଅଧିକାରୀ ଗୁ ପରିଚାଳନା କମିଟୀ ଫୋନ କରି ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନ ନେଇ ତୁମେ ଜଣା କରିବ କର ବୋଲି କହିଥିଲେ ବୋଲି ପରିଚାଳନା କମିଟୀ ପକ୍ଷରୁ ଅଭିଯୋଗହେଉଛି ।ଏଥିପ୍ରତି ବରଗଡ଼ ଜିଲ୍ଲାପାଳ,ଉଚ୍ଚଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେଇ ପାଇଁ ଦାବୀ ହେଉଛି ।ଝିଲିଣ୍ଡା ଗ୍ରାମ କୁ ଅତାବିରା ବ୍ଲକ ସହକାରୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ପହଞ୍ଚି ଆଲୋଚନା କରିବାକୁ ଚେଷ୍ଟା କରିଥିଲେ ହେଲେ ଗାଁ କୁ ବ୍ଲକ ଶିକ୍ଷା ଅଧିକାରୀ ନ ଆଜିକା ପର୍ଯ୍ୟନ୍ତ ଆଲୋଚନା କରାଯିବ ନାହିଁ କି ଫାଟକ ରୁ ତାଲା ହିଟା ଯିବ ନାହି ବୋଲି ଅଭିଭାବକ ଓ ପରିଚାଲନା କମିଟି ସଦସ୍ୟ ସଦସ୍ୟା ମନେ କହିଛନ୍ତି ।