ଗାଙ୍ଗପୁରରେ କୃଷକ ତାଲିମ୍ ଶିବିର
ବେଲଗୁଣ୍ଠା,ତା 24,9,2025,ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତର ହାଟପଦା ଏବଂ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ କୃଷକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ହାଟପଦା ସ୍ଥିତ ପାଠାଗାର ପରିସରରେ ପାଣି ପଂଚାୟତ ସଭାପତି ଅର୍ଜୁନ ବିଷୋୟୀଙ୍କ ଆବାହନ କ୍ରମେ ଅନୁଷ୍ଠିତ କୃଷି ତାଲିମ୍ ଶିବିରରେ ଭଞ୍ଜନଗର କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର, ବେଲଗୁଣ୍ଠା ଗୋଷ୍ଠୀ କୃଷି ଅଧିକାରୀ ଶୈଳସୂତା ସାହୁ, କୃଷି ସହାୟିକା ସଂଘମିତ୍ରା ଦାସ,ଭଞ୍ଜନଗର ଗୋଷ୍ଠୀ କୃଷି ଅଧିକାରୀ ସଂଗ୍ରାମ କେଶରୀ ସେନାପତି, ସ୍କିମ୍ ଅଫିସର୍ ଇତିଶ୍ରୀ ପ୍ରଧାନ, ଜଳବାୟୁ ଅନୁକୂଳ କୃଷି ପ୍ରଚଳନ କର୍ମଚାରୀ କେଦାରନାଥ ପଟ୍ଟନାୟକ,ସୋନାଲି ପାତ୍ର, ନମଶ୍ରୀ ନାୟକ, ପାଣି ପଂଚାୟତ ସମ୍ପାଦକ ସନ୍ତୋଷ ବିଷୋୟୀ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ବିଷୋୟୀ, ଏଟିଏମ୍ ଅବିନାଶ କୁମାର ମହାରଣା,ଗାଙ୍ଗପୁର କୃଷି ଅଧିକାରୀ ବିଶ୍ଵନାଥ ପ୍ରଧାନ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ I ସେହିପରି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ କୃଷି ତାଲିମ୍ ଶିବିରରେ ଉପରୋକ୍ତ ଅତିଥି ମାନଙ୍କ ସମେତ ସରପଞ୍ଚ ବାସନ୍ତୀ ଡାକୁଆ, କୃଷକ ସାଥୀ ପ୍ରସନ୍ନ କୁମାର ବିଷୋୟୀ, ପାଲକଷଣ୍ଢା କୃଷକ ସାଥୀ ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ଜଳବାୟୁ ଅନୁକୂଳ କୃଷି ପ୍ରଚଳନ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇ ଦିନିଆ କୃଷକ ତାଲିମ୍ ଶିବିରରେ ବେଢା ଆଗୁଳ ପାଣି ପଂଚାୟତ ଅଧୀନରେ ଥିବା ଚାଷି ଏବଂ ବୋରୀ, ବିଞ୍ଝଗିରୀ, କୁମୁଣ୍ଡି, ଗୋପନଗର ଆଦି ଗ୍ରାମର ଚାଷୀ ମାନେ ଅଂଶ୍ରଗହଣ କରିଥିବା ବେଳେ ଉପସ୍ଥିତ କୃଷି ଅଧିକାରୀ ମାନେ ଡ଼ାଲି ଜାତୀୟ ଫସଲ ଊତ୍ପାଦନ, ଫସଲର ରୋଗପୋକ ନିୟନ୍ତ୍ରଣ, ବିଭିନ୍ନ ଚାଷ ଉପରେ ଫସଲର ଉପକାରିତା ଏବଂ ମାଟିର ମାନ ପରିକ୍ଷଣ ଉପରେ ସଚେତନ କରାଇଥିଲେ I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
