March 11, 2026

ଜଗତସିଂହପୁରରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ଚେହେରା, ସେଲ୍ଫି ପାଇଁ ଭିଡ 

IMG-20240924-WA0038
Share

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନେଇ ବଡ ଚର୍ଚ୍ଚା। ବିନା ସରକାରୀ କାର୍ଯ୍ୟକ୍ରମରେ ପୁଣି ମୁଖ୍ୟମନ୍ତ୍ରୀ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ କେମିତି? ବେଳେବେଳେ ଘବଡ଼ାଇ ହୋଇଯାଉଛନ୍ତି ଲୋକେ। କଥା ଟା ମିଛ ଲାଗୁଥିଲେବି ସତ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭଳି ଅବିକଳ ରୂପ ନେଇ ଜଣେ ବ୍ୟକ୍ତି ବର୍ତ୍ତମାନ ବଡ ଚର୍ଚ୍ଚାରେ । ଅବିକଳ ଚେହେରା କଣ ବେଶ ପୋଷାକ ମଧ୍ୟ୍ୟ ସମାନ।

 

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ଉମେଶ କୁମାର ସାହୁ।ଦେଖିବାକୁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭଳି। ପୁନଙ୍ଗ ପଞ୍ଚାୟତର ଉମେଶ କୁମାର ସାହୁଙ୍କ ବେଶଭୁଷା, ଚେହେରା, ରଙ୍ଗ ଢ଼ଙ୍ଗ ଏବଂ ଚାଲି ଚଳଣ କୁ ଦେଖିଲେ ଲାଗୁଛି ସତରେ ଯେମିତି ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଜିଲ୍ଲାକୁ ଆସିଛନ୍ତି । ଯେତେବେଳେ ଉମେଶ ଘରୁ ପଦାକୁ ମୁଖ୍ୟମନ୍ତ୍ରୀଙ୍କ ଭଳି ସଜେଇ ହୋଇ ବାହାରି ପଡ଼ୁଛନ୍ତି ସେତେବେଳେ ତାଙ୍କ ପଛରେ ଲାଗିଯାଉଛି ଲୋକଙ୍କ ଭିଡ଼। ଯାହା ହାତରେ ଏଣ୍ଡରଏଡ ମୋବାଇଲ ଅଛି ସେମାନେ ଉମେଶଙ୍କ ସହିତ ସେଲ୍ଫି ନେବାରେ ପଛାଉନାହାନ୍ତି ।ଶିକ୍ଷିତ ଅଶିକ୍ଷିତ, ଜଣା ଅଜଣା, ସାନ ବଡ କିଛି ନମାନି ଉମେଶଙ୍କ ସହିତ ଫୋଟ ସେଲ୍ଫି ନେବାକୁ ଯେମିତି ମତୁଆଲା ହୋଇଛନ୍ତି ଲୋକେ। ରମେଶ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାରେ ଥିବା ବେଳେ ଯିଏ ବି ଦେଖୁଛି ଭ୍ରମରେ ପଡିଯାଉଛି ସତରେ ଇଏ ମୁଖ୍ୟମନ୍ତ୍ରୀ ନୁହନ୍ତିତ?

 

ଆଉ ଶୁଣିଲେ ଆଶ୍ଚଯ୍ୟ ହେବେ ମୁଖ୍ୟମନ୍ତ୍ରୀ ଚେହେରାଧାରୀ ଉମେଶ ହେଉଛନ୍ତି ଜଣେ ଚା ଦୋକାନୀ। ଚା ବିକି ସେ ପରିବାର ପ୍ରତିପୋଷଣ କରନ୍ତି । ଅନ୍ୟପକ୍ଷରେ ସେ ଜଣେ ବିଜେପି କର୍ମକର୍ତ୍ତା ଓ ବିଜେପି ର ବଡ଼ ଫ୍ୟାନ ମଧ୍ୟ।ବିଜେପି ର ଯେଉଁଠି ବି ବୈଠକ ହେଉ ବା କାର୍ଯ୍ୟକ୍ରମ ରମେଶ ବାବୁଙ୍କର ସେଦିନ ଦୋକାନ ବନ୍ଦ। ପରିବାର ପଛକେ ଉପାସ ପଡୁ, ବାବୁ ବାହାରି ପଡ଼ନ୍ତି ବିଜେପି ସଭାରେ ଯୋଗଦେବାକୁ। ଏଭଳି ସ୍ତରରେ ସରକାର ବଦଳିଲା ପରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରଠୁ , ଉମେଶଙ୍କ ସଜେଇ ହେବାରେ ଟିକେ ସଉକ ବଦଳିଛି।ମୁଖ୍ୟମନ୍ତ୍ରୀଙ୍କୁ କପି କରି ଯେଉଁଭଳି ସଜେଇ ହୋଇ ବାହାରକୁ ବାହାରୁଛନ୍ତି ଲାଗୁଛି ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀ ଏମିତି କଣ ବୁଲୁଛନ୍ତି ବାଃ !

ଖାଲି ବୁଲିବେ କଣ ତାଙ୍କ ଫେନବି ଦିନକୁ ଦିନ ବଢ଼ିବାରେ ଲାଗିଛନ୍ତି।