November 26, 2024

ସାମ୍ବାଦିକଙ୍କ ସୁରକ୍ଷା ନେଇ ଆଇନ ହେଉ

Share

 

ନୂଆଦିଲ୍ଲୀ,(ରାଜାରାମ ଷଡ଼ଙ୍ଗୀ):

ଭାରତୀୟ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ଫେଡେରେସନ୍ ପକ୍ଷରୁ ସାମ୍ବାଦିକଙ୍କ ବିଭିନ୍ନ ଦଫା ଦାବି ନେଇ ନୂଆଦିଲ୍ଲୀ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ ଠାରୁ ଶାସ୍ତ୍ରୀ ଭବନ ପର୍ଯ୍ୟନ୍ତ ରବିବାର ସନ୍ଧ୍ୟାରେ ଏକ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ଆଇନ ପ୍ରଣୟନ, ପେନ୍‌ସନ୍ ଓ ରେଳଯାତ୍ରାରେ ରିହାତି ଆଦି ଦାବି କରାଯାଇଥିଲା। ଦିଲ୍ଲୀରେ ଦୁଇଦିନ ଧରି କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ରର ମାଲିକମାନଙ୍କ ଏକ ଦୁଇଦିନିଆ ସମ୍ମିଳନୀ ପରେ ସାମ୍ବାଦିକମାନଙ୍କ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଏକ ପ୍ରସ୍ତାବ ଗୃହୀତ ତ ହୋଇଥିଲା। ହୋଇ ଏହି ବୈଠକରେ ବିଭିନ୍ନ ରାଜ୍ୟର ପ୍ରତିନିଧୂମାନେ ଉପସ୍ଥିତ ଥିଲେ । ଓଡିଶାରୁ ଏହି ସମ୍ମିଳନୀରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫେଡେରେସନ୍‌ର ଜାତୀୟ ପ୍ରମୁଖ ଆବାହକ ପବିତ୍ର ମୋହନ ସାମନ୍ତରାୟ, ରାଧେଶ୍ୟାମ ପଣ୍ଡା, ହରିଶଙ୍କର ମିଶ୍ର ରୋହିତ କୁମାର ଖଣ୍ଡା, ଅକ୍ଷୟ କୁମାର ବେହେରା, ଶୁଭେନ୍ଦୁ କାନୁନ୍‌ଗୋ ଓ ତାହିର ଅହମଦ ପ୍ରମୁଖ ଭାଗ ନେଇଥିଲେ। ସମ୍ମିଳନୀ ପରିଚାଳନା କରିଥିଲେ ପବିତ୍ର ମୋହନ ପ୍ରଧାନ । ସମ୍ମିଳନୀରେ ବରଗଡ ବିଜେପି ସାଂସଦ ପ୍ରଦୀପ ପୁରୋହିତ, ପଶ୍ଚିମବଙ୍ଗ ସାଂସଦ ଜଗନ୍ନାଥ ସରକାର, ଭାରତ ସରକାରଙ୍କ ପୂର୍ବତନ ବରିଷ୍ଠ ଅଧିକାରୀ ଗିରିଧର ମହାନ୍ତି, ପୂର୍ବତନ ସାଂସଦ ଭକ୍ତଚରଣ ଦାସ ଓ ଭାରତୀୟ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ଫେଡେରେସନ୍‌ର ପ୍ରତିଷ୍ଠାତା ସଭାପତି ପୁଷ୍ପା ପାଣ୍ଡେୟା ଉଦ୍‌ବୋଧନ ଦେଇଥିଲେ। ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ୍ ଆସୋସିଏସନର ସଭାପତି ଛାୟାକାନ୍ତ ନାୟକ ଅଧ୍ଯକ୍ଷତା କରିଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.