ବିଦ୍ଯାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ବେଗୁନିଆ( ଉପାନ୍ତ ଖବର) ମାନସ ରଞ୍ଜନ କର ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବେଗୁନିଆ,ତା 24/08:ବେଗୁନିଆ
ମଣ୍ଡଳ ଅନ୍ତର୍ଗତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗିତା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ
ଉଦଯାପିତ ହୋଇଯାଇଛି। କ୍ରୀଡା ଶିକ୍ଷକ ପ୍ରଭାତ କୁମାର ନିଶଙ୍କଙ୍କ
ତତ୍ୱାବଧାନରେ ଆୟୋଜିତ ଖେଳ ପ୍ରତିଯୋଗିତା ମଧ୍ୟରୁ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା,ସୁରଜିତା ଦଳେଇ,ଶୁଭଲକ୍ଷ୍ମୀ ସାହୁ ଓ ସୁନିତା ପୃଷ୍ଟି, ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ରିସ୍ମାରଶ୍ମି ପାଇକରାୟ, ସସ୍ମିତା ସାହୁ ଏବଂ ଆଶାମୁର୍ମୁ କନିଷ୍ଠ ଓ ବରିଷ୍ଠ ବିଭାଗ ଛାତ୍ରୀମାନଙ୍କ ମଧ୍ୟରେ କବାଡି, ବ୍ୟାଡ଼ମିଣ୍ଟନ, ଖୋ ଖୋ ପ୍ରତିଯୋଗିତା ପରିଚାଳନା କରିଥିଲେ। ଶିକ୍ଷକ ଅଜିତ କୁମାର ପୁରୀ, ସୂର୍ଯ୍ୟକାନ୍ତ ମହାପାତ୍ର, ପ୍ରଭାତ କୁମାର ନିଶଙ୍କ ଓ ଶ୍ରୀକାନ୍ତ
ପଣ୍ଡା ଛାତ୍ରମାନଙ୍କ ମଧ୍ୟରେ ଭଲି ବଲ, କବାଡ଼ି,କ୍ରିକେଟ ଓ ଫୁଟବଲ
ପ୍ରତିଯୋଗିତା ପରିଚାଳନା କରିଥିଲେ। ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ
ସାରଦାଠାରେ ସୁରମଣୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ
ସ୍ୱାଇଁ ମୁଖ୍ୟଅତିଥି, ବୋତଲମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୁଇ ଆୟୁଷ
ଚିକିତ୍ସା ଅଧିକାରୀ ଡ. ସ୍ୱରୂପ ମିଶ୍ର ଓ ଡ. ବିଭୁତି ଭୂଷଣ ଜତି, ଖଣତିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ନାୟକ ଏବଂ କଡବ ସାଧନକେନ୍ଦ୍ର ସଂଯୋଜକ
ରବୀନ୍ଦ୍ର କୁମାର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି
କ୍ରୀଡାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ ।ବିରଞ୍ଚି ନାରାୟଣ ସାହୁ ଓ ବିଶ୍ବରଞ୍ଜନ ପରିଡ଼ା ସହଯୋଗ କରିଥିଲେ ।
