ଯଶୋଦା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ଚାରା ବଣ୍ଟନ
ଛତ୍ରପୁର ତା୨୪/୮/୨୫(ଅରୁଣ କୁମାର ପଣ୍ଡା) ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଉଳାଗାଁ ଗ୍ରାମପଞ୍ଚାୟତ ନିମାପଲ୍ଲୀ ଗ୍ରାମର କୋଠଘର ଠାରେ ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ବୃକ୍ଷ ଚାରା ଆବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଗ୍ରାମର ଏକଶହ ପରିବାରକୁ ଦୁଇଶହ ପଚାଶ ରୁ ଅଧିକ ବିଭିନ୍ନ କିସମର ଫଳ ଚାରା ଆବଣ୍ଟନ କରାଯଇଥିଲା l କାର୍ଯ୍ୟକ୍ରମରେ ଯଶୋଦା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଶ୍ରୀମତୀ ସାଗରୀକା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଚୌଧୁରୀ, ସାହିତ୍ୟିକ ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ବଉଳଗାଁ ସରପଞ୍ଚ ପ୍ରତିମା ଦାସ, ଭ୍ରମର ଦାସ, ସନ୍ତୋଷ ଶତପଥୀ, ପୁଷ୍ପା ସାହୁ, ସୁଦେଷ୍ଣା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାରା ଆବଣ୍ଟନ କରିଥିଲେ l
