ସୁବାସ ଗଣ୍ଡ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବି ଜେ ଡି ସଭାପତି………..
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ରାଇଘର ବ୍ଲକ ର ବିଜୁ ଜନତା ଦଳ ସଭାପତି ଭାବେ ମନୋନୀତ ହୋଇଛନ୍ତି | ଗତ କାଲି ୨୬ଟି ପଞ୍ଚାୟତର ବି ଜେ ଡି କର୍ମୀ ଏବଂ ଆଗ ଧାଡ଼ିର ନେତା ଏକତ୍ରିତ ହୋଇଥିଲେ | ବୈଠକ ରେ ସର୍ବ ସମ୍ମତି କ୍ରମେ କର୍ମୀ ମାନେ ପୂର୍ବତ୍ତନ ବିଧାୟକ ଙ୍କୁ ସଭାପତି ରୁପେ ବାଛିବା ପରେ ଜିଲ୍ଲା ରିଟର୍ଣ୍ଣିଙ୍ଗ ଅଫିସର ସଚି ନନ୍ଦନ ସ୍ୱାଇଁ ଙ୍କୁ ଜଣାଇଥିଲେ | ଆଜି ଶ୍ରୀ ସ୍ୱାଇଁ ବିଧିବଦ୍ଧଭାବେ ତାଙ୍କୁ ରାଇଘର ବ୍ଲକ ସଭାପତି ଭାବେ ନାମ ଘୋଷଣା କରିଛନ୍ତି | ଏହାକୁ ନେଇ ଶ୍ରୀ ଗଣ୍ଡ ଆସନ୍ତା ଦିନରେ ଦଳର ସଂଗଠନ କୁ ମଜବୁତ କରିବା ସହ କର୍ମୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ କୁ ଦୂର କରି ସଂଗଠନ ପ୍ରତି ସଜାଗ ରହି ଅଞ୍ଚଳର ସମସ୍ୟା କୁ ବିରୋଧୀ ଦଳର କାମ ହିସାବରେ ସରକାରଙ୍କୁ ଜଣାଇ ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ |
