ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବୈଠକ
—ତିର୍ତ୍ତୋଲ ୪/୧୧() ସ୍ବଦେଶୀ ଜାଗରଣ ମଞ୍ଚ ଜଗତସିଂହପୁର ଜିଲ୍ଲା ବୈଠକ ହାଟବଜାର ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଜିଲ୍ଲା ସଂଯୋଜକ ଭଗବାନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା କୃଷ୍ଣ ମୁରାରୀ ମିଶ୍ର, ଭଗବାନ ମହାନ୍ତି, ପ୍ରଦୀପ କୁମାର ଷଡଙ୍ଗୀ, ଶଶାଙ୍କ ଶେଖର ପଣ୍ଡା,ମନୋରମା ଦାସ ଏବଂ ବିଶ୍ଵନାଥ ପଣ୍ଡା ପ୍ରମୁଖ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାକୁ ଯାଉଥିବା ଷ୍ଟାର ଲିଙ୍କ କୁ ବିରୋଧ କରି ଆସନ୍ତା ୬ ତାରିଖରେ ଜଗତସିଂହପୁର ସହରରେ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ବଦେଶୀ ଜାଗରଣ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗ କାମନା କରାଯିବା ସହିତ ମା ଭାରତୀର ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଜନସାଧାରଣ ଏଥିରେ ସାମିଲ ହେବା ପାଇଁ ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସୁବାସ ନାୟକ,ରବି ନାରାୟଣ ସାହୁ ଏବଂ ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
