November 5, 2026

ଅଳକା ଆଶ୍ରମରେ ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମ ଜୟନ୍ତୀ ପାଳିତ 

IMG-20261105-WA0012
Share

– -ତିର୍ତ୍ତୋଲ4/11 ଜଗତସିଂହପୁର ପୋୖରାଞ୍ଚଳ ଅନ୍ତର୍ଗତ ଚାଟ୍ରା ସ୍ଥିତ ଐତିହାସିକ ଅଳକା ଆଶ୍ରମ ପରିସରରେ ମହିୟଶୀ ନାରୀ ତଥା ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆଶ୍ରମର ଉପ ସଭାପତି ଭଗବାନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଗୌରାଙ୍ଗ ଚରଣ ହୋତା,ଶିକ୍ଷାଵିତ ନୀରଞ୍ଜନ ବିଶ୍ୱାଳ,ବିଜୟ କୁମାର ବିଶ୍ବାଳ, ଏବଂ ପ୍ରତାପ କୁମାର ଲେଙ୍କା ପ୍ରମୁଖ ଯୋଗଦେଇ ଅନ୍ନପୂର୍ଣ୍ଣା ଦେବୀଙ୍କ ତ୍ୟାଗ,ସ୍ଵାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ଭୂମିକା ଏବଂ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିବା ସହିତ ଆଜିର ନାରୀସମାଜ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ । ସେହିପରି ଅଳକା ଆଶ୍ରମର ବରିଷ୍ଠ ସଦସ୍ୟ ସୋମନାଥ ମହାରଣା,ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା,ଶିକ୍ଷାବିତ ରାଇ ଚରଣ ତ୍ରିପାଠୀ, ସନାତନ ଖୁଣ୍ଟିଆ,ନନ୍ଦ କିଶୋର ହୋତା, ସୁଚିତ୍ରାବାଳା ମହାରଣା ଏବଂ ସବିତା ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଭାବରେ ସ୍ବର୍ଗତା ମହାରଣାଙ୍କ ଅବଦାନ ତଥା ସରଳ ନିରାଡ଼ମ୍ବର ଜୀବନଶୈଳୀ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଆଶ୍ରମର କୋଷାଧ୍ୟକ୍ଷ ବିଜୟ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଅନ୍ନପୂର୍ଣ୍ଣା ମହାରଣାଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର