ବହୁଜନ ସମାଜ ପାର୍ଟିର ୭ ଜଣିଆ ଟିମ୍ ଏସ.ପିଙ୍କୁ ଭେଟିଲେ ..

ତିର୍ତ୍ତୋଲ ( ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଗଣଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା l କିଏ ନିର୍ଯ୍ୟାତନା ରେ ଜୀଵନ ହାରୁଛି ତ କିଏ ଯନ୍ତ୍ରଣା ସହିତ ବଞ୍ଚିବାକୁ ସଂଘର୍ଷ କରିଚାଲିଛି ଡାକ୍ତରଖାନା ର ଶଯ୍ୟା ଉପରେ l ହଁ ଦର୍ଶକ ବନ୍ଧୁ, ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ତଥା ଥାନା ଅଧିନସ୍ତ ଚାନ୍ଦଗାଁ, ମଜୁରାଇ ର ୧୯ ବର୍ଷର ଦଳିତ ଝିଅ ଗଣଦୁଷ୍କର୍ମର ଶିକାର ହୋଇଥିବା କଥା l ଯିଏ କି ଜଗତସିଂହପୁର ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି l ଏହି ଅପରାଧିକ ମାମଲାରେ ଜଗତସିଂହପୁର ଥାନାଧିକାରୀ ୨ ଜଣ ଆସାମୀ କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ଶୁଣାଯାଏ ଯେ ଅପରାଧୀଙ୍କୁ ମୁକୁଳେଇବାକୁ ରାଜନୈତିକ ଷଢଯନ୍ତ୍ର ଚାଲିଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲା ବହୁଜନ ସମାଜ ପାର୍ଟି ର ଜିଲ୍ଲା ସଭାପତି ଶ୍ରୀମାନ ଅଜୟ କୁମାର ବେହେରା ଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ଦଳ ମେଡିକାଲ ଯାଇ ଘଟିଯାଇଥିବା ଅମାନୁଷିକ ଘଟଣା କୁ ତୀବ୍ର ନିନ୍ଦା କରିବା ସହିତ ପୀଡିତା ଙ୍କ ବାପା ଓ ସମ୍ପର୍କୀୟ ଙ୍କୁ ଭେଟି ସମବେଦନା ଜଣାଇଥିଲେ l ପୀଡ଼ିତାଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିବା ସହିତ ଶୀଘ୍ର ସୁସ୍ଥତା କାମନା କରିଥିଲେ l ତତ୍ପରେ ଥାନାଧିକାରୀଙ୍କୁ ଭେଟି ପୀଡ଼ିତାକୁ ସମୁଚିତ ନ୍ୟାୟ ପ୍ରଦାନ ପାଇଁ ଆଲୋଚନା କରିଥିବାର ସୂଚନା ପ୍ରଦାନ କରିଛନ୍ତି l ଯେପରି ନ୍ୟାୟିକ ବ୍ୟବସ୍ଥାରେ ସୁରକ୍ଷା ମିଳିପାରିବ ଏଥିପାଇଁ ଏସପି ଶ୍ରୀଯୁକ୍ତ ଭବାନୀଶଙ୍କର ଉଦ୍ଗାତାଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ଏହି ପ୍ରତିନିଧି ଦଳଙ୍କ ମଧ୍ୟରେ ଜିଲ୍ଲା କମିଟିର ସଭାପତି ଅଜୟ କୁମାର ବେହେରାଙ୍କ ସହିତ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ, ପାରାଦ୍ୱୀପ ସଭାପତି ଅଞ୍ଜନ କୁମାର ମଲ୍ଲିକ, ବିଭିଏଫ. ପ୍ରଶାନ୍ତ ମଲ୍ଲିକ, ତିର୍ତ୍ତୋଲ ସଭାପତି ସମୀର ସାମଲ, ଲକ୍ଷ୍ମୀ ବେହେରା ସମେତ ୭ ଜଣିଆ ଟିମ୍ ସାମିଲ ଥିଲେ l ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ନିନ୍ଦା କରିବା ସହିତ ଶାସକ ସରକାରଙ୍କ ବିଫଳତା ପାଇଁ କ୍ଷୋଭ ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା l
