କଂଗ୍ରେସ ପାର୍ଟି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ..
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଗତ କିଛିଦିନ ହେଲା ବାଲେଶ୍ୱର ଏଫ.ଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ସାରା ଓଡିଶାରେ ଝଡ ସୃଷ୍ଟି କରିଥିବା ବେଳେ, ଏହା ପଛରେ କଂଗ୍ରେସ ଦଳର ସମ୍ପୂର୍ଣ ହାତ ଥିବା ଏବଂ ଅନ୍ୟଥା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ବଦନାମ କରାଯିବାକୁ ନେଇ ଏହା ବିରୋଧରେ ଭବାନୀପାଟଣା ଠାରେ ବି.ଜେ.ପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଯୁଗଳ କିଶୋରଙ୍କ ଆହ୍ୱାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ ମୋର୍ଚ୍ଚା ତରଫରୁ ଏକ ରେଲି କଢ଼ାଯାଇ ଗାନ୍ଧୀଛକ ଠାରେ ପହଂଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଯୁବ ମୋର୍ଚ୍ଚା ସଭାପତି କହିଛନ୍ତି ଯେ ଓଡିଶାରେ ବର୍ତମାନ ଏକ ସ୍ଥିର ସରକାରଙ୍କ ଶାସନ ଚାଲିଥିବାବେଳେ କଂଗ୍ରେସ ଦଳର ରାହୁଳ ଗାନ୍ଧୀ ଓଡିଶାରେ ନାରୀ ସୁରକ୍ଷା ନାମରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଅତିଶୀଘ୍ର ରାହୁଳ ଗାନ୍ଧୀ ଓ ଭବାନୀପାଟଣା ସାଂସଦ ଶ୍ରୀ ସାଗର ଚରଣ ଦାସ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ବି. ଜେ.ପି ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇ ରାହୁଳ ଗାନ୍ଧି ଓ ସାଗର ଦାସଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।
