ପୌରପରିଷଦ କର୍ତ୍ତୃପକ୍ଷ ଙ୍କ ଖାମ ଖିଆଲିଆ ମନବୃତ୍ତି ଯୋଗୁଁ ବିପଦ ସଂକୁଳ ଅବସ୍ଥା ରେ ରହିଛି ଅର୍ଦ୍ଧଭଗ୍ନ ମନ୍ଦିର ଛାତ l
ଖୋର୍ଦ୍ଧା – ( ପ୍ରିୟଙ୍କା ମହାପାତ୍ର)- ଖୋର୍ଦ୍ଧା ସହର କୁ ସରସ ସୁନ୍ଦର କରିବା ପାଇଁ ରାସ୍ତା କାର୍ଯ୍ୟ ସମ୍ପ୍ରସାରଣ, କ୍ୟାବିନ ଗୁଡିକ ଉଛେଦ କାର୍ଯ୍ୟ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ହାତ କୁ ନିଆଯାଇଥିବାବେଳେ ନୂଆବସଷ୍ଟାଣ୍ଡ ଜଳ ସେଚନ ବିଭାଜନ କାର୍ଯ୍ୟାଳୟ ନିକଟରେ ଥିବା ତ୍ରିନାଥ ମନ୍ଦିର ଟିକୁ କିଛି ଦିନ ତଳେ ଖୋର୍ଦ୍ଧା ପୌରପରିଷଦ ପକ୍ଷରୁ ଜେସିବି ମେସିନ ଦ୍ୱାରା ଆଂଶିକ ଭଙ୍ଗା ଯାଇ ଅର୍ଦ୍ଧ ଭଗ୍ନ ଅବସ୍ଥା ରେ ଛାଡି ଦିଆଯାଇଛି l ଫଳରେ ମନ୍ଦିର ଛାତ ଟି ସୁତାଖିଅ ରେ ଝୁଲି ରହିଛି l ରାତ୍ରୀ ସମୟରେ କିଛି ଯାଯାବର ଏବଂ ମସ୍ତିଷ୍କ ବିକୃତ ବ୍ୟକ୍ତି ଏହି ଭଙ୍ଗା ଛାତ ତଳେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି l ଏଥିପ୍ରତି ଖୋର୍ଦ୍ଧା ପୌର କର୍ତ୍ତୃପକ୍ଷ କିମ୍ବା ଖୋର୍ଦ୍ଧା ଜ଼ିଲ୍ଲା ପ୍ରଶାସନ ର ଦୃଷ୍ଟି ନପଡିବା ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ଏହି ଛାତ ପଡି ଯଦି କୌଣସି ବ୍ୟକ୍ତି ଙ୍କର ଜୀବନ ହାନି ହୁଏ ସେଥିପାଇଁ କିଏ ଦାୟୀ ରହିବବୋଲି ସାଧାରଣ ରେ ଆଲୋଚନା ହେଉଛି l
