ଚତୁର୍ଥ ତମ ଜିଲ୍ଲା ସ୍ତରୀୟ ଇଜତିମା ଉଦଯାପିତ..
ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ପାଖ କେରଙ୍ଗ ଗ୍ରାମ ରେ ଗତ କାଲି ତାରିଖ ୧୯,୨୦ ଜୁଲାଇ ୨୦୨୫ ଦୁଇ ଦିନ ଧରି ଚାଲିଥିବା ଖୁଦ୍ଦାମୁଲ ଓ ଅତଫାଲୁଲ ଅହମଦିୟା ( ଯୁବ ଓ କିଶୋର ସଂଗଠନ)ର ଚତୁର୍ଥ ବାର୍ଷିକ ଜିଲ୍ଲା ସ୍ତରୀୟ ଇଜତିମା ମହା ସମାରୋହ ଅନୁଷ୍ଠିତ ହୋଇଯାଇଛି | ପ୍ରତ୍ୟୁଷରୁ ଏକ ଗଣଦୌଡ଼ ଦ୍ୱାରା ଏହାର ଶୁଭାରମ୍ଭ ହୋଇଥିଲା |୧୯ ତାରିଖ ପୂର୍ବାହ୍ନରେ ପବିତ୍ର କୁରଆନ ଆବୃତ୍ତି ପରେ ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲା ଅମୀର ଜନାବ ସୈଫୁର ଅହମଦ ସାହେବ ଯୁବସଂଘ ର ପତାକା ଉତ୍ତୋଳନ କରି ଏହି ସମାରୋହକୁ ଉଦଘାଟନ କରିଥିଲେ ! ଶପଥ ପାଠ କରାଯିବା ପରେ ସଭାପତି ଏହି ଦୁଇ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ | ଯୁବକମାନଙ୍କ ସୁଧାର ନହେବା ପର୍ଯ୍ୟନ୍ତ ଜାତିର ସୁଧାର ଅସମ୍ଭବ ବୋଲି ୧୯୩୪ ମସିହାରେ ଗଠନ କରାଯାଇଥିବା ଏହି ଯୁବଗୋଷ୍ଠୀର ପ୍ରାଣ ପ୍ରତିଷ୍ଠାତା କହିଥିଲେ | ମଞ୍ଚ ପରିଚାଳନା କରିଥିଲେ ମୌଲାନା ଶେଖ ଇଦ୍ରିସ ସାହେବ | ଏହାପରେ ଦୁଇ ଦିନ ଯାକ ବିଭିନ୍ନ ଜ୍ଞାନ ଭିତ୍ତିକ ଓ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ! ଏହି ଇଜତିମାରେ ତିନୋଟି ଜିଲ୍ଲା ମଧ୍ୟରୁ କେରଙ୍ଗ, ମହମୁଦାବାଦ, ଖୋର୍ଦ୍ଧା, ଭୁବନେଶ୍ୱର,କଳିଙ୍ଗ ବିହାର ଓ ଏସ ଏ ପି,ଜଟଣୀ, ପୁରୀ ନୟାଗଡ,ମାଣିକାଗୋଡା, ଦଶପଲ୍ଲା,ଖଜୁରୀପଡା ଓ ଥେରୁବାଲି ଇତ୍ୟାଦି 11 ଗୋଟି ମଜଲିସରୁ 105 ଜଣ ଖୁଦ୍ଦାମ ଓ 65 ଜଣ ଅତଫାଲ ଅଂଶଗ୍ରହଣ କରିଥିଲେ | ଏଥିରେ ଫୁଟବଲ, ଭଲିବଲ,ଦଉଡି ଟଣା ଓ ବାଟୁଳି ଚାଳନା ଆଦି ଖେଳ ଅତି ଚିତ୍ତା କର୍ଷକ ହୋଇଥିଲା | ଏ ବର୍ଷ କେରଙ୍ଗ ଦଳଗତ ଚମ୍ପିୟାନ ହୋଇଥିବା ବେଳେ ମହମୁଦାବାଦ ମଜଲିସ ରନର୍ସ ଅପ ସିଲଡ଼ ହାସଲ କରିଥିଲା | ଏହି ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ରୂପେ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଜିଲ୍ଲାଇ କାଏଦ ଶ୍ରୀଯୁକ୍ତ ସୋଲେମାନ ଅହମଦ ପରିଚାଳନା କରିଥିଲେ | ସର୍ବଶ୍ରୀ ମୌ. ହଲିମ ଅହମଦ ଜିଲ୍ଲା ଇନଚାର୍ଜ,ଇଂ. ରୌଶନ ଅହମଦ, ମୌ. ହଲିମ ଖାନ ତଥା ସମସ୍ତ ମଜଲିସରୁ ଧର୍ମଗୁରୁମାନେ ଯୋଗ ଦେଇ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ | 20 ତାରିଖ ସନ୍ଧ୍ୟାରେ ଉଦଯାପନୀ ଉତ୍ସବର ଶେଷରେ କୃତି ପ୍ରତିଯୋଗୀମାନଙ୍କୁ
ପୁରସ୍କାର ବିତରଣ କରାଯାଇଥିଲା | ଏକ ଆଧ୍ୟାତ୍ମିକ ପରିବେଶରେ ସମବେତ ପ୍ରାର୍ଥନା କରାଯାଇ ଏହି ଇଜତିମା ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିଲା !ଏହି ଇଜତିମାରେ ବିଭିନ୍ନ ମଜଲିସର କାଏଦ ଓ ଜଇମମାନେ ମଧ୍ୟ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ | ମୁଖ୍ୟତଃ ଜନାବ ସିଦ୍ଦିକ ସାହେବ, ନାଏବ ସଦର ଇଷ୍ଟ ଇଣ୍ଡିଆ ଏବଂ ୱସୀମ ଅହମଦ ସାହେବ, ସ୍ଥାନୀୟ ଅମୀର କେରଙ୍ଗଙ୍କ ଭୂମିକା ଉଲ୍ଲେଖଯୋଗ୍ୟ |*
