April 26, 2026

ମାଗଣା ଚକ୍ଷୁ ଚିକିତ୍ସା ଶିବିର 

IMG-20250724-WA0002
Share

 

 

ବେଗୁନିଆ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନଗତ ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୮୫ ଜଣ ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା ବିଦ୍ୟାଳୟର ଶିକ୍ଷୟତ୍ରୀ ରିଦ୍ଧାରଶ୍ମୀ ପାଇକରାୟ ଓ ମୋହିନୀ କାନ୍ତି ଦାସଙ୍କ ତତ୍ତ୍ବାବଧାନରେ ସୁରେନ୍ଦ୍ରସାଇ ଦିବ୍ୟଦୃଷ୍ଟି ଯୋଜନା ତରଫରୁ ଆୟୋଜନ କରାଯାଇଥିଲା । ଏଥିରେ ଡାକ୍ତର ସନାତନ ସାହୁ ଏବଂ ତାଙ୍କର ସହକର୍ମୀ ଯୋଗ ଦେଇଥିଲେ । ଦୃଷ୍ଟି ଦୋଷ ଥିବା ବିଦ୍ୟାର୍ଥୀ ମାନଙ୍କୁ ନେଇ ବ୍ଲକ ସ୍ତରରେ ଶିକ୍ଷକ ଅଜିତ କୁମାର ପୁରୀ ଓ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପୁନର୍ବାର ଦୁଇ ଜଣ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ବାରା ଗୋପବନ୍ଧୁ ସମ୍ମିଳନୀ କକ୍ଷ ଠାରେ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଉକ୍ତ ପରୀକ୍ଷାରେ ବେଗୁନିଆ ବ୍ଲକର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚକ୍ଷୁ ପରୀକ୍ଷା କରାଇଥିଲେ । ତନ୍ମଧ୍ୟରୁ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ୨୭ ଜଣ ବାଳକ ଏବଂ ୧୩ ଜଣ ବାଳିକାଙ୍କର ଦୃଷ୍ଟି ଦୋଷ ଥିବାର ପରିଲିକ୍ଷିତ ହୋଇଥିଲା । ଉକ୍ତ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଉପୋରକ୍ତ ଅନୁଷ୍ଠାନ ତରଫରୁ ମାଗଣାରେ ଚଷମା ବଣ୍ଟନ କରାଯାଇଛି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସ୍ମାଇଁ ମତବ୍ୟକ୍ତ କରିଛନ୍ତି | ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ପରୀକ୍ଷାରେ ଶିକ୍ଷକ ପ୍ରଭାତ କୁମାର ନିଶଙ୍କ, ସୌମ୍ୟ ରଞ୍ଜନ ସାହୁ, ସୁନୀତା ପୃଷ୍ଟୀ ସହଯୋଗ କରିଥିବା ବେଳେ ବ୍ଲକ ସ୍ତରୀୟ ଚକ୍ଷୁ ପରୀକ୍ଷାରେ ସ୍ମୃତିସ୍ମିତା ବେହେରା, ସୁରଜିତା ଦଳାଇ, ଆଶା ମୁର୍ମୁ, ସସ୍ମିତା ସାବୁ, ହିମାଂଶୁ ଭୂଷଣ ସ୍ଵାଇଁ, ଶ୍ରୀକାନ୍ତ ପଣ୍ଡା, ସହଯୋଗ କରିଥିଲେ । ରିପୋର୍ଟର ମାନସ ରଞ୍ଜନ କର